ରୋଷେଇ ଘରେ ଆସିବ ବିପ୍ଳବ : ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥା SAVE FULର ବଡ଼ ପଦକ୍ଷେପ, ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳକା ଖାଦ୍ୟ ହେବ ଏଣିକି ସୁଆଦିଆ ବ୍ୟଞ୍ଜନ । ଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ୍ଚ କମାଇବ AI ଆଧାରିତ ଏକ ଅଭିନବ ଆପö ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ବଲାଙ୍ଗିର ପରିସରରେ ସ୍ଥାୟୀ ଚିକିତ୍ସା ଓ circular economy କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ CUTM ଓ ଅଷ୍ଟ୍ରେଲୀୟ FOOD TECH PLATFORM ( SAVE FUL) ସହିତ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସହଭାଗିତା ଘୋଷଣା ହୋଇଛି । ଏହି ସହଭାଗିତା ଅନୁସାରେ SAVE FUL ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ କାର୍ଯ୍ୟ କରିବ । ଖାଦ୍ୟ ଅପଚୟ ରୋକିବାକୁ ନୂତନ ପ୍ରୟାସ ଭାବରେ ଏକ ଆପ୍ କୁ ବିକଶିତ କରାଯାଇଛି । ଏହି ଅଷ୍ଟ୍ରେଲୀୟ ଆପ ମାଧ୍ୟମରେ 41000ରୁ ଅଧିକ ବ୍ୟବହାରକାରୀ ପ୍ରାୟ 63% ଖାଦ୍ୟ ନଷ୍ଟ ହେବାରୁ ରୋକି ପାରିଛନ୍ତି । ବର୍ତ୍ତମାନ ଏହା ସେଞ୍ଚୁରିଅନ ବିଶ୍ଵବିଦ୍ୟ୍ୟାଳୟ ସହ ମିଶି ZERO WASTE CAMPUS ପରି ଏକ ଅଭିଯାନ କରିଛି ଯାହା ସ୍ଥାନୀୟ ଲୋକଙ୍କୁ ରୋଷେଇ ଘରର ବଳକା ଖାଦ୍ୟକୁ ସଠିକ ଭାବରେ ଉପଯୋଗ କରିବାରେ ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗ ଦେଇ କହିଥିଲେ ଯେ, ଆମ ଅନୁଷ୍ଠାନ ସାମାଜିକ ଦାୟିତ୍ତ୍ୱବୋଧ କ୍ଷେତ୍ରରେ ଓ ସ୍ଥାୟୀ ନବ ସୃଜନ କ୍ଷେତ୍ରରେ ସର୍ବଦା ଆଗରେ ରହିଆସିଛି । SAVE FUL ସହ ଏଇ ସହଭାଗିତା ଆମ ସମୁଦାୟକୁ ଏକ ଡିଜିଟାଲ ସାଧନ ଯୋଗାଇ ଦେବ, ଯାହା ଦ୍ୱାରା ଆମେ ଏକ ଉନ୍ନତ ଜୀବନ ଶୈଳୀର ଅନ୍ତର୍ଭୁକ୍ତ ହୋଇପାରିବା । SAVE FULର CEO KIM MAC DONALD କହିଛନ୍ତି ଯେ, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସାମାଜିକ ପାରିବର୍ତ୍ତନ ଧାରାକୁ ଦେଖି ଆମେ ଭାରତରେ ତାଙ୍କୁ ପ୍ରଥମ ସହଯୋଗୀ ଭାବରେ ଚୟନ କରିଛୁ. ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସନୀବ କୁମାର ଦାସ, ସନ୍ଦୀପ କୁମାର ଏବଂ ତାଙ୍କର ମିଳିତ ଟିମ ଏହି SAVE FUL ଆପକୁ ବିକଶିତ କରିଛନ୍ତି । ଏହି ଆପକୁ ବିଶ୍ୱବିଦ୍ୟାଳୟର ପରିସରରେ ଲାଗୁ କରାଯିବ.ଏହା ଆର୍ଥିକ ସଂଚୟ ସହିତ ଖାଦ୍ୟ ସାମଗ୍ରୀର ସଠିକ ଉପଯୋଗରେ ସହାୟତା କରିପାରିବ । ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ଉତ୍ସବରେ ଜେଆଇଟିଏମର ଅଧ୍ୟକ୍ଷ ଡ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ ପୂଣ୍ୟତୋୟା ବିଶ୍ୱାଳ, ନର୍ସିଂ ବିଭାଗର ଅଧ୍ୟକ୍ଷା ଡ ରୋଜଲିନ ଷ୍ଟିଫେନ, ଆସିଷ୍ଟାଣ୍ଟ ପ୍ରଫେସର ତେଜସ୍ୱିନୀ ମହାନ୍ତି, ଫର୍ମାସୀ ବିଭାଗର ଅଧ୍ୟକ୍ଷ ଡ ସନ୍ତୋଷ କୁମାର ରଞ୍ଜିତ, ନର୍ସିଂ ବିଭାଗର ଇନଚାର୍ଜ ସୋମନାଥ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶ୍ଵବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ଉପଯୋଗୀତା ସମର୍କରେ ଅବଗତ ହୋଇଥିଲେ । ବାସ୍ତବରେ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.