ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଙ୍ଗୀତ, କଳା ଓ ସଂସ୍କୃତିର ବିକାଶକଳ୍ପେ ସଂକଳ୍ପବଦ୍ଧ ରହିଥିବା ‘ଓଜସ୍କର ସାଂସ୍କୃତିକ ମଞ୍ଚ’ ଆୟୋଜିତ ମୁଁ ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ଶୁଭେଛୁ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଭାଗିରଥି କବିଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଦେଇଥିଲେ ଉପ ସଭାପତି ସରଜୁ ବଡ଼ାଇକ । ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମରେ ଭିନ୍ନ ସ୍ୱାଦର ମନଛୁଆଁ ଓଡ଼ିଆ ସଙ୍ଗୀତ କେବଳ ପ୍ରଦର୍ଶିତ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶିଳ୍ପୀଙ୍କୁ ପ୍ରେରଣା ଦିଆଯିବା ସହିତ ସେମାନଙ୍କ ଅଭିଭାବକ ଓ ସଙ୍ଗୀତ ଗୁରୁ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ସରୋଜ କବି । ବୈଠକର ଶେଷ ପର୍ଯ୍ୟାୟରେ ରାଉରକେଲା ପାଇଁ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ସେକ୍ଟର୨୦ ହିଲଟପ ଶିବ ମନ୍ଦିର ଉତ୍ସବ ହଲରେ ଅନୁଷ୍ଠିତ ହୋଇଥିଲା । ତଦନୁଯାୟୀ ଅନୁଷ୍ଠାନର ଅଧ୍ୟକ୍ଷା ଚେତନା କବି, ସଭାପତି ଭାଗିରଥି କବି, ସମ୍ପାଦକ ସରୋଜ ଚନ୍ଦ୍ର କବି, ଉପ-ସଭାପତି ସରଜୁ ବଡ଼ାଇକ ଓ ପ୍ରଶାନ୍ତ କୁମାର ହୋତା, ଯୁଗ୍ମ ସମ୍ପାଦକ ନବୀନ ପ୍ରସାଦ, ସାଙ୍ଗଠନିକ ସମ୍ପାଦକ ରାକେଶ ସିଂ, କୋଷାଧ୍ୟକ୍ଷ ରଞ୍ଜନ କର, ସାଂସ୍କୃତିକ ସମ୍ପାଦକ ପରେଶ ରଞ୍ଜନ ମହାନ୍ତ, ସମାଜ ମଙ୍ଗଳ ସମ୍ପାଦକ ପ୍ରେମାନନ୍ଦ ବଡ଼ାଇକ ରହିଥିବା ବେଳେ ସଦସ୍ୟ ଓ ସଦସ୍ୟାଙ୍କ ମଧ୍ୟରେ ମୁଖ୍ୟତଃ ବ୍ରହ୍ମାନନ୍ଦ ଦେବତା, ମାନସ ମୁରଲି, ସତ୍ୟନାରାୟଣ ଦାଶ, ଦବିନ୍ଦର ସିଂ, ସବ୍ୟସାଚୀ ଦାଶ, ଦୀପିକା, ଶିବାନୀ, ସୁସ୍ମିତା, ଉର୍ବଶୀ, ଜ୍ୟୋତ୍ସ୍ନା, ରାକେଶ, ନନ୍ଦିତା, ଚନ୍ଦନ, ଅଭିଷେକ, ରିଦ୍ଧିଶ୍ରୀ, ଅପର୍ଣ୍ଣା, ସୁବାସ ବାସୁ ରହିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ବୈଠକ ଶେଷରେ ଉପସଭାପତି ଶ୍ରୀ ବଡ଼ାଇକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।