- ସାଂପ୍ରଦାୟିକ ସଦଭାବନା ଦିବସ ଦେଶବ୍ୟାପୀ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିପିଆଇଏମ୍ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସରେ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ଭାବରେ ପାଳନ କରାଯିବାକୁ ଆହ୍ୱାନ କରାଯାଇଥିଲା ବେଳେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆମ୍ବାଗାନ ସ୍ଥିତ ଗାନ୍ଧୀଜୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଭା ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ, ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ କରି ଦେଶକୁ ସ୍ୱାଧୀନ କରିବା କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ଅବଦାନ ସର୍ବାଧିକ ଥିଲା । ଏଥିସହ ସାଂପ୍ରଦାୟିକ ସଂପ୍ରତି ରକ୍ଷା କରିବା, ଜାତିଭେଦ ପ୍ରଥା ଲୋପ କରିବା ପାଇଁ, ମହିଳା ମାନଙ୍କୁ ଶିକ୍ଷା ଓ ଅଧିକାର ପ୍ରଦାନ ପାଇଁ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କର ପ୍ରଦର୍ଶିତ ମାର୍ଗ ସର୍ବଦା ଜାଜୁଲ୍ୟମାନ ହୋଇ ରହିବ । ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସାଂପ୍ରଦାୟିକ ସଦଭାବ ବଜାୟ ରଖିବା ପାଇଁ ସେ ନିଜ ଜୀବନକୁ ବଳି ଦେଇଗଲେ ଓ ନାଥୁରାମ ଗଡସେ ଭଳି ଆତତାୟୀଙ୍କ ଗୁଳିରେ ମହାତ୍ମାଗାନ୍ଧୀ ଜୀବନ ହାନି ହେଲା । ତେଣୁ ସାଂପ୍ରଦାୟିକ ଶକ୍ତି ବିରୁଦ୍ଧରେ ଜନଗଣ ଏକ ହେବା ସହିତ ସାଂପ୍ରଦାୟିକ ସଦଭାବନା ଓ ଭାଇଚାରା ବଜାୟ ରଖିବା ସହିତ ସମ୍ବିଧାନର ସୁରକ୍ଷା ପାଇଁ ସେ ଆହ୍ୱାନ ଦେଇଥିଲେ । ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ, ବିଶ୍ଵଜିତ ମାଝୀ, ଭାଗିରଥି ଟୁଡୁ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଆଂଚଳିକ କମିଟି ସଭ୍ୟ ଏନ୍ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ପ୍ରଦୀପ ସେଠୀ, ଅରୁଣ ମହାରଣା, ବସନ୍ତ ପାଢ଼ୀ, ବାସୁଦେବ ସାହୁ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, ଆଦିତ୍ୟ ନାୟକ ସମେତ ବହୁ କର୍ମକର୍ତ୍ତା ସାମିଲ ହେବା ସହିତ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ ।