ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି ବିଲ୍ ବିରୋଧରେ ପୁଣି ଚାଷୀ ହୁଙ୍କାର ଦେଇଛନ୍ତି । କୃଷି ବିଲ୍ ପ୍ରତ୍ୟାହାର ଦାବୀରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଯାଇଛି । ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଦିନ ୧୨ରୁ ଅପରାହ୍ନ ୩ଟା ଯାଏ ରାଜରାସ୍ତାକୁ ଅବରୋଧ କରିବା ପାଇଁ ଧାର୍ୟ୍ୟ କରାଯାଇଛି । କୃଷିଆଇନ ପ୍ରତ୍ୟାହାର, ଏମ୍ଏକୁ ଆଇନଗତ ମାନ୍ୟତା ଓ ଧାନ କିଣା ଅବ୍ୟବସ୍ଥା ନେଇ ଏହି ଆନ୍ଦୋଳନ କରାଯାଇଛି । ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପାଇକମାଲ ବ୍ଳକ ସାଲେପାଲିଠାରେ ପଦ୍ମପୁର ନୁଆପଡା ବିଜୁଏକ୍ସପ୍ରେସ ଓ୍ବେକୁ ଅବରୋଧ କରାଯାଇଛି । ଏହି ରାସ୍ତା ରୋକରେ ବିଶ୍ଵନାଥ ରଣା, ଲିଙ୍ଗରାଜ ଗଡ଼ତିଆ, ପ୍ରମୋଦ ବେହେରା, କୌତୁକ ସାହୁ, ଯୁଧିଷ୍ଠିର ସାହୁ, ବାଲକୃଷ୍ଣ ବନଛୋର, ନିରଞ୍ଜନ ସାହୁ, ଭାଗରଥି ବରିହା ସମେତ ଅନେକ ଚାଷୀ ଉପସ୍ଥିତି ଥିଲେ । ଏହି ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାଖରେ ଶହଶହ ଗାଡି ଅଟକି ରହିଥିଲା ।
Next Post