ମାଣ୍ଡୋସିଲ ପିଏମ୍‌ଶ୍ରୀ ହାଇସ୍କୁଲରେ ଗଣିତ ପ୍ରଦର୍ଶନୀ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମଶ୍ରୀ ହାଇସ୍କୁଲରେ ଗୁରୁବାର ପ୍ରଧାନ ଶିକ୍ଷୟିତ୍ରୀ ପୋର୍ଟା ମିନତୀ ଟେଟେଙ୍କ ସଭାପତିତ୍ୱରେ ଗଣିତ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ବରତୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ତ୍ରିପାଠୀ, ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁଚରଣ ମେହେର ଓ ଜାମସେଠ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରା ଯୋଗଦେଇଥିଲେ । ଅତିଥି ପରିଚୟ ନରହରି ସିଂ ଦେଇଥିଲେ । ପୋର୍ଟା ମିନତୀ ଟେଟେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ଗଣିତ ଓ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ପ୍ରଦର୍ଶିତ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ କ୍ରିଷ୍ଣା ବାଗ, ପଦ୍ମଲୋଚନ ମାଝୀ, ଶଙ୍କରଲାଲ ମହାନନ୍ଦ, ଅଭିଜିତ ରାଏ, ବିକ୍ରମ ସିଂ, ଅର୍ଜୁନ ଜେନା, କଲ୍ୟାଣୀ ଦନ୍ତା, ସଙ୍ଘମିତ୍ରା ବେହେରା ସଲୋନୀ ପ୍ରିୟଦର୍ଶିନୀ ସେଠ, ନରେଶ ଧାକଡ୍, ଚିତ୍ତରଞ୍ଜନ ସାହା, ଅରୁଣ କୁମାର ପାତ୍ର, ଶ୍ରୀନିବାସ ରାଓ, ସଦାନନ୍ଦ ଭୋଇ, ସବିତା ସାହୁ, ନିଳମଣୀ ପୁଟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ନୀଳମଣି ବରିହା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.