ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଆମ ପୋଲିସ ଆନୁକୂଲ୍ୟରେ ଗୁରୁବାର ସଡକ ସୁରକ୍ଷା ସଚେତନତା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ମୁଖ୍ୟ ଛକରେ ଓ ବଜାର ଛକରେ ସଚେତନ କରାଯାଇ ହେଲମେଟ୍ ପିନ୍ଧି ନଥିବା ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ପାଇଁ ତାଗିଦ କରାଯାଇଥିଲା ଓ ହେଲମେଟ ପିନ୍ଧି ଥିବା ବାଇକ ଚାଳକଙ୍କୁ ଚକୋଲେଟ ପ୍ରଦାନ କରାଯାଇଥିଲା । ନବୋଦୟ ବିଦ୍ୟାଳୟ, ଯମୁନାକନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲ ହାଇସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା, ଜୀବନ ରକ୍ଷା ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ଏଥିରେ ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ବଡ ଶତପଥି, ସୁରଥ ସାହୁ ନବୋଦୟ ବିଦ୍ୟାଳୟର ଇନଚାର୍ଜ ପ୍ରିନସିପାଲ ଅରବିନ୍ଦ ପାତ୍ର, ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ପାଇକମାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାଡି ଚଳାଇବା ସହ କିପରି ଜୀବନ ସୁରକ୍ଷିତ ନିଜର ଓ ଅନ୍ୟ ମାନଙ୍କର ରଖିପାରିବା ସେନେଇ ବହୁତ ସୁନ୍ଦର ଭାବରେ ବୁଝାଇ ଥିଲେ ଅତିଥି ମାନେ ।