ରାମଚନ୍ଦ୍ରପୁର କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଖେଳ ପଡିଆରେ ହୋଇ ଆସୁଥିବା କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ମୁଣ୍ଡାପଲା ଓ ରାମଚନ୍ଦ୍ରପୁର – ବି ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଲିଗ ମ୍ୟାଚରେ ମୁଣ୍ଡାପଲା ଦଳ ବିଜୟୀ ହେଇଥିଲା । କରୁଆଁଝର ଓ ମରୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ଲିଗ ମ୍ୟାଚରେ କରୁଆଁଝର ଦଳ ବିଜୟୀ ହୋଇଥିଲା । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ମୁଣ୍ଡାପଲା ଦଳ ବିଜୟୀ ହୋଇ ଦ୍ଵିତୀୟ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି । ଖେଳ ପରିଚାଳନାରେ କମିଟି ସଦସ୍ୟ ଚନ୍ଦ୍ର ଶେଖର ବାଗ, ପଦ୍ମଲୋଚନ ନନ୍ଦ, ସୁରେନ୍ଦ୍ର ଚନ୍ଦନ, ସୁରେନ୍ଦ୍ର ଶାଣ୍ଢ, ମୁନୁ ମହାକୁର, ସୁଦର୍ଶନ ଜାଲ, ଗୋପାଳ ଭୁଏ, ଶୁପାଳ ଭୁଏ, ପିଣ୍ଟୁ ବକୁଳ, ମନୋଜ ବାଗ, ଓମ ଚନ୍ଦନ, ଶିବା ବାଗ ସହଯୋଗ କରିଥିଲେ ।

Leave A Reply

Your email address will not be published.