ଖୋର୍ଦ୍ଧା ଜିଲ୍ଲାର ଯୁବମାନଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ପରିଦର୍ଶନ ଓ ଯୁବ ବିନିମୟ କାର୍ଯ୍ୟକ୍ରମ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ୩୫ ରୁ ଅଧିକ ଯୁବକ ଯୁବତୀ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ, ମେରା ଯୁବ ଭାରତ କାର୍ଯ୍ୟାଳୟ ନବରଙ୍ଗପୁର ଜିଲ୍ଲା ତରଫରୁ ୨୭.୦୧.୨୬ ରୁ ୩୧.୦୧.୨୬ ପର୍ଯ୍ୟନ୍ତ ଏକ ଅନ୍ତଃ ଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ୩୫ ରୁ ଅଧିକ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ଏକ ସୋପାନରେ କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ ପ୍ରତିଭାଗି ଓ କର୍ମକର୍ତ୍ତାମାନେ ମୁଖିଗୁଡ଼ା ସ୍ଥିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ଶକ୍ତି କେନ୍ଦ୍ରର ଯନ୍ତ୍ରୀମାନେ ଏମାନଙ୍କୁ ପ୍ରକଳ୍ପ ବିଷୟରେ ତଥା ଏହାର ଉପାଦେୟତା ସମ୍ବନ୍ଧରେ ସୁନ୍ଦର ଭାବରେ ବୁଝାଇଥିଲେ । ନେହେରୁ ଯୁବକେନ୍ଦ୍ରର ପୂର୍ବତନ ସ୍ୱେଚ୍ଛାସେବୀ ତଥା ଜିଲ୍ଲା ଯୁବ ପ୍ରତିଭା ଚିତ୍ତରଞ୍ଜନ ଦଳପତି ସମସ୍ତଙ୍କୁ ଏ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା, କୃଷି, ଜୀବନଜୀବିକା ବିଷୟରେ ଭାବ ବିନିମୟ ମାଧ୍ୟମରେ ଆଲୋଚନା କରିଥିଲେ । ଜିଲ୍ଲା ଯୁବ ସଂଯୋଜକ ନବରଙ୍ଗପୁର ବି. ରମେଶଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେ ଯୁବ ପ୍ରତିଭା ଦଳପତିଙ୍କୁ ପ୍ରୀତି ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଣୀ ପ୍ରିୟା ପାତ୍ର, ଭୂପେନ୍ଦ୍ର ବିଷୋୟୀ, କ୍ଷୀରସିନ୍ଧୁ ବୈଦ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.