- ଆଗମୀ ଦିନରେ ଗୋପାଳପୁର ଭାରତୀୟ ସେନାର ଏକ ସ୍ପର୍ଶକାତର ସ୍ଥାନରେ ପରିଗଣିତ ହେବ: ରାଜସ୍ୱ ମନ୍ତ୍ରୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗମୀ ଦିନରେ ବେଳାଭୂମିର ସହର ଗୋପାଳପୁର ଭାରତୀୟ ସେନାର ଏକ ସ୍ପର୍ଶକାତର ସ୍ଥାନରେ ପରିଗଣିତ ହେବ ବୋଲି ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି । ଭାରତ ଓ ପାକିସ୍ଥାନ ମଧ୍ୟରେ ଯେଉଁ ଯୁଦ୍ଧର ସର୍ଜିକଲ୍ ଷ୍ଟ୍ରାଇକ୍ ହୋଇଥିଲା, ମିଶାଇଲ ମାଡ଼ ହୋଇଥିଲା, ସେଥିରେ ଗୋପାଳପୁର ଗୋଳାବନ୍ଧ ଆର୍ମି ସେନାବାହିନୀର ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ସେହି ବିଶେଷଜ୍ଞ ସେନାବାହିନୀ ହେଉଛନ୍ତି, ଭାରତ ସରକାରଙ୍କ ଗର୍ବ ଓ ଗୌରବ ଆଣିଛି ବୋଲି ମୁଖ୍ୟଅତିଥି ଶ୍ରୀ ପୂଜାରୀ କହିଛନ୍ତି । ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା, ବିକଶିତ ଭାରତ ଆମ ସରକାରଙ୍କ ଏକ ମହାନ୍ ଲକ୍ଷ୍ୟ ପୂରଣ ହେବାକୁ ଯାଉଛି, ଯାହାର ପରିକଳ୍ପନା ସହ ଲଢେ଼ଇ ଭିତରେ କାର୍ଯ୍ୟକାରୀ ହେଉଅଛି ବୋଲି ମନ୍ତ୍ରୀ ଲକ୍ଷାଧିକ ଜନତାଙ୍କୁ ଉଦବୋଧନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍, ଗଞ୍ଜାମ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର୍ ପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଗା ମଞ୍ଚର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।