ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡ଼ାରେ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଦ୍ୟାଳୟରେ ଶୈକ୍ଷିକ କାର୍ଯ୍ୟ ସହ ଶୈକ୍ଷିକ କାର୍ଯ୍ୟର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନପାରେ । ସେହି ସହଶୈକ୍ଷିକ କାର୍ଯ୍ୟର ଅଂଶ ବିଶେଷ ହେଉଛି ବିଦ୍ୟାଳୟର ବାର୍ଷିକ ଉତ୍ସବ । ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡ଼ାଠାରେ ବାର୍ଷିକ ଉତ୍ସବ-୨୦୨୬ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ ପାଇଁ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜର ଭୂମିକା ନିତାନ୍ତ ଜରୁରୀ ବୋଲି ଅଭିହିତ କରିଥିଲେ । ଏଥିସହ ମୁଖ୍ୟବକ୍ତା ଭାବରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଟଙ୍କଧର ସାହୁ ଓ ଜିତେନ୍ଦ୍ର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିବା ସହ ଶିକ୍ଷକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷୟିତ୍ରୀ ମଧୁସ୍ମିତା ପଣ୍ଡା ଓ ବନିତା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ବାର୍ଷିକ ମୁଖପତ୍ର ଫୁରଲିଝରନ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଆକାଂକ୍ଷୀ ପାଠ୍ୟକ୍ରମ ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା, କୌଶଳୀ ପ୍ରଦର୍ଶନ ବୁଲି ଦେଖିଥିଲେ । ବିଦ୍ୟାଳୟର ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା, ସର୍ବୋତ୍ତମ ଉପସ୍ଥାନ, ଗତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ, ଉତ୍ତମ ଛାତ୍ର ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଲୋକ ଗୀତ ଗାୟକ ତଥା ଆଦର୍ଶ ଶିକ୍ଷକ ସର୍ବେଶ୍ୱର ଭୋଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପୂର୍ବକ ୩ ଏମ୍. ତଥା ମ୍ୟୁଜିକ୍, ମ୍ୟାଥମେଟିକ, ମେଡିଟେସନ ସମ୍ପର୍କରେ ଆଲୋଚନା କରିବା ସହ ଲୋକପ୍ରିୟତା ଲାଭ କରିଥିବା କିଛି ଲୋକଗୀତ ପରିବେଷଣ କରିଥିଲେ ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା ।

Leave A Reply

Your email address will not be published.