ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨ ଜଣ ଓ ୨ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ଜଣେ ଓ ଲୋଇସିଂହା ବ୍ଲକ ଉପରବାହାଲ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୧ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.