csstore

୭୭ତମ ସାଧାରଣତନ୍ତ୍ର ଦିବସରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଗୌରବାନ୍ୱିତ ବିଜୟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୭୭ତମ ସାଧାରଣତନ୍ତ୍ର ଦିବସ – ୨୦୨୬ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଗର୍ବ ଏବଂ ଗୌରବର ବିଷୟ ଏହିକି ଯେ, ପ୍ୟାରେଡ୍‌ରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ମଧ୍ୟ ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ଵାରା ପରିଚାଳିତ ରେଡକ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟ, ବାଲିଗୁଡ଼ାର ପ୍ୟାରେଡ୍ ଗ୍ରୁପ୍ ସାଧାରଣ ବର୍ଗର ପିଲାମାନଙ୍କ ସହ ପ୍ରତିଦ୍ଵନ୍ଦିତା କରି ସିନିୟର ସ୍ତରରେ ପ୍ୟାରେଡ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେମାନଙ୍କ ଧୈର୍ଯ୍ୟ ଓ ନିଷ୍ଠା ଆଜି ସେମାନଙ୍କୁ ସଫଳତା ପ୍ରଦାନ କରିଛି । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ​ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.