ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ଗ୍ରାମର ଗୋଲଡେନ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ ବିଷ୍ଣୁପ୍ରସାଦ ବାଗ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ଖେଳ ଧରପଗଡ ଓ ସତିଘାଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଧରପଗଡ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଧରପଗଡ ଦଳ ପ୍ରଥମେ ବ୍ୟାଟିଂ କରି ୧୨ଓଭରରେ ୧୯୪ରନର ବିଶାଳ ସ୍କୋର କରିଥିବା ବେଳେ ସତିଘାଟ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୧୬ରନ କରି ପରାସ୍ତ ହୋଇଥିଲା । ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଲାକ କମାଣ୍ଡୋ ଗିରିରାଜ ସିଂ ମାଝୀ ମୁଖ୍ୟ ଅତିଥି, ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଜିଲ୍ଲା ବିଜେପି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ବିଶିଷ୍ଟ ସ୍ଵତନ୍ତ୍ର ଅତିଥି, ପୂର୍ବ ଜାତୀୟ ରେଶଲର ମାଧବ ସୁନା, ଅଧ୍ୟାପକ ଦିଲ୍ଲୀପ ପଶାୟତ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, କେଦାର ବଡ଼ଜେନା, ମକୁନ୍ଦ ବଗର୍ତ୍ତି, ଅଭିଳାଷ ବଘାର, ଲକ୍ଷ୍ମୀକାନ୍ତ ନାଗ, ଟୁନୁ ବଗର୍ତ୍ତି, ରାଜୀବ ପାଣିଗ୍ରାହୀ, ତରୁଣ ସିଂ ଦୀପ, ବିଟୁ ସାହୁ, ବଳଦେବ ତାଣ୍ଡି, ବଳରାମ ସା, ହିମାଂଶୁ ମହାନନ୍ଦ, ହଳଧର ମାହାକୁର, ଯଦୁମଣି ମାଝୀ, ତୁଳସୀ ନାରାୟଣ ତାଣ୍ଡି ଓ ହାଇସ୍କୁଲ କର୍ମଚାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୩୦ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ନଗଦ ୧୮ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚ ପରିଚାଳନା ତେଜରାଜ ସରାଫ ଓ ଅମିତ ରଣା ତଥା ଧାରା ବିବରଣୀ ପିଣ୍ଟୁ ମହାନ୍ତି ଓ ଦିନବନ୍ଧୁ ଟାକ୍ରି କରିଥିଲେ।ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ଗୋଲଡେନ କ୍ରିକେଟ କ୍ଲବ ସଭାପତି ତେଜରାଜ୍ ଭୋଇ, ସମ୍ପାଦକ ପପ୍ପୁ ବାଗ, କୋଷାଧ୍ୟକ୍ଷ ସୁରଜ ଖମାରୀ, ରଜନୀ ଭୋଇ, ଶମ୍ଭୁ ବାଗ, କାହ୍ନା ପଶାୟତ, ଅଶୋକ ଭୋଇ, ନବୀନ ପୁଟେଲ, ଚିତ୍ରସେନ ହାତୀ, ରିଙ୍କୁ ପଶାୟତ, ବିଶାଳ ପୂଝାରୀ, ଧନସିଂ ଦଣ୍ଡସେନା, ଅଙ୍କିତ ମହାକୁର, ଯଶୋବନ୍ତ ଭୋଇ ଓ ଦେବବ୍ରତ ହାତୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।