୩୧ତମ ଓଡିଶା ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରକୁ ୪ଟି ସ୍ୱର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୧ତମ ଓଡିଶା ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଦଳ ୪ଟି ସ୍ୱର୍ଣ୍ଣ ସହିତ ମୋଟ ୧୨ଟି ପଦକ ହାସଲ କରିଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୫୦ ପ୍ରତିଯୋଗୀ ଆସିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସୁହାନି ଗୁରହାଣ୍ଡି ରୌପ୍ୟ ପଦକ, ପ୍ରଚୁର୍ଯ୍ୟ ମହନା ଗୋଟିଏ କଂସ୍ୟ ଓ ଗୋଟିଏ ରୌପ୍ୟ, ଶୁଭଶ୍ରୀ ବିଶି ରୌପ୍ୟ, ମୋହିତ ରାସହିଦାସ କାଂସ୍ୟ, ବଳରାମ ମେହେର କାଂସ୍ୟ, ରୁସ୍ତମ ନାଏକ ରୌପ୍ୟ, ଏମ୍‌.ଡି.ଆସିଫ୍‌ ଗୋଟିଏ ସ୍ୱର୍ଣ୍ଣ ପଦକ, ଆଲୋକ ନାଏକ ସ୍ୱର୍ଣ୍ଣ, ଅଂଶୁମାନ ସାହୁ ସ୍ୱର୍ଣ୍ଣ, ନୟନ ରାୟ ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଚନ୍ତି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଧୀରଜ ପଟ୍ଟନାୟକ, କ୍ଷଣଭ୍ରଭା ଷଡଙ୍ଗୀ ଓ ଓଡିଶା ଉଷୁର ଅଧ୍ୟକ୍ଷ ସୁଧାଂଶୁ ଶେଖର ହରିଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଫଳତା ପାଇଁ ଜିଲ୍ଲା ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.