ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର କୁଟାସିଂହା ପଂଚାୟତ ଅନ୍ତର୍ଗତ କଣ୍ଟାପାଲି ଖେଳପଡିଆରେ ମା’ ଦଶମତୀ କପ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ, ଗୋଲାବାରୁଦ କାରଖାନାର ପରୀକ୍ଷକ ସନାତନ ବେହେରା, ସାଲେଭଟାର ସମ୍ବାଦ ପ୍ରତିନିଧି ସନ୍ତୋଷ ବିଶି, ଅଧ୍ୟାପିକା କଲ୍ୟାଣୀ ମିଶ୍ର ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ବାଲପୁର ଓ କପାଶିରା ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳା ଯାଇଥିଲା । ଏଥିରେ କପାଶିରା ଦଳ ବିଜୟୀ ହୋଇଥିଲା । ପରମେଶ୍ୱର ସାହୁ ଓ ଦେବେନ୍ଦ୍ର ପଧାନ ଖେଳ ପରିଚାଳନା କରିଥିବାବେଳେ ନୀଳମାଧବ ସାହୁ ଧାରାବିବରଣୀ ଦେଉଥିଲେ । କୈଳାଶ ପଧାନ ଓ ଭକୁଆ ନାଏକ ସ୍କୋରର ଦାୟିତ୍ୱ ତୁଲେଇଥିଲେ । ରାଜୁ ବେହେରା, ନିତ୍ୟାନନ୍ଦ ସାହୁ, ସୁଜିତ ବଗର୍ତ୍ତୀ, ସୌରଭ ବିଶ୍ୱାଳ, ଜିଲୁ ସାହୁ ସହଯୋଗ କରିଥିଲେ । ଏହି କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଦଶମତୀ କ୍ରିକେଟ ଅନୁଷ୍ଠାନର ସଭାପତି ଜିକୁ ସାହୁ ଓ ସମ୍ପାଦକ ଅସୀମ ମାଝୀ ସୂଚନା ଦେଇଛନ୍ତି ।