-ଜଣେ ଯୁବତୀ ସହ ୨୦ଜଣ ରକ୍ତଦାନ କଲେ
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ଶ୍ରୀହରି ଭବନ ଠାରେ ରବିବାର ସମ୍ବାଦ ଆମ ଓଡ଼ିଶା ଓ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଡ଼, କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ମୁଁ ନିଜେ ପ୍ରଥମେ ରକ୍ତ ଦେବି କହି ବିଧାୟକ ଶ୍ରୀ ବାଗ ରକ୍ତଦାନ କରିଥିଲେ । ପରେ ପରେ କମିଟିର ଅନେକ ସଦସ୍ୟ ରକ୍ତଦାନ କରିଥିଲେ । ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଓଡ଼ିଶା ରକ୍ତ କେନ୍ଦ୍ର କଣ୍ଟାବାଞ୍ଜି ପକ୍ଷରୁ କୁନାଲ ଦାସ, ଗୁରୁବାରୁ ରଣା, ଶିବ ସାହୁ, ପ୍ରଶାନ୍ତ ସାହୁ, ବିଶ୍ୱଜିତ ଦେବତା, ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । କମିଟି ପକ୍ଷରୁ ସଂପାଦକ ବେଦବ୍ୟାସ ନାଗ, ରାଜୁ ଶର୍ମା, ସଞ୍ଜୟ ଗାନ୍ଧୀ, ପ୍ରକାଶ ପଧାନ, ସୋମନାଥ ସାହୁ, ଦିନେଶ ମହାନନ୍ଦ, ରାଜୁ ବାରିକ, ତୁଳସୀ ଜଗତ, ରୋହନ ମହତ, ନିଶିକାନ୍ତ ମହାପାତ୍ର, ମୋହନ ସୁନା, ଦେବରାଜ ସିଂ, କୈଳାଶ ଦୀପ, ରାଜେନ୍ଦ୍ର ବେହେରା, ରଶ୍ମି ରଞ୍ଜନ ପୁଟେଲ ସହଯୋଗ କରିଥିଲେ । ଶେଷରେ କଣ୍ଟାବାଞ୍ଜି ସମ୍ବାଦ ପ୍ରତିନିଧି ତଥା ମାଟିର ମହୋତ୍ସବର ମୁଖ୍ୟ ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରକ୍ତଦାତା ଜୀବନ ଦାତା ମାନେ ହେଲେ – ଲକ୍ଷଣ ବାଗ, ପରମାନନ୍ଦ ପୁଟେଲ, ମନୋଜ ବହିଦାର, ରିମା ଗୁରୁ, ବିକାଶ ଶର୍ମା, ତିରଥ ପାଣ୍ଡେ, ଗୁଡୁ ରଣା, ରାଜୁ ଶର୍ମା, କାର୍ତ୍ତିକ ପୁଟେଲ, ଦେବରାଜ ସିଂ, ସୋହନ ଦାସ, ଅରବିନ୍ଦ ସିଂ ସାଲୁଜା, ରଶ୍ମି ରଞ୍ଜନ ପୁଟେଲ, ବେଣୁଧର ଛତ୍ରିଆ, ବିଷ୍ଣୁ ଜଙ୍ଗଡ଼ା, ମନୀଷ ଅଗ୍ରୱାଲ, ମହମ୍ମଦ ସହବାଜ ଖାନ, ବିମଲ ହାତୀ ପ୍ରମୁଖ ରକ୍ତଦାନ କରିଥିଲେ ।