ବଲାଙ୍ଗିର, (କେପିଏନ୍ଏସ୍) : ଭୁତିଆର୍ ବାହାଲ ହାଇସ୍କୁଲ ଖେଳ ପଡ଼ିଆରେ ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ ଟି ଦଳ ଅଂଶ୍ରହଣ କରିଥିଲେ । ଫାଇନାଲ ଖେଳ ଭୁତିଆର ବାହାଲ୍ ଓ କୁଟୁମଡୋଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁତିଆର ଵାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୬୩ ରନ୍ କରିଥିଲା ଜବାବରେ କୁଟୁମଡୋଳା ୩୦ ରନ୍ କରି ଅଲଆଉଟ୍ ହୋଇଥିଲା । ମୁଖ୍ୟ ଅତିଥି ବଲାଙ୍ଗିର ସଦର ବ୍ଲକ ବିଜେଡି ଯୁବ ସଭାପତି ଆଶୀର୍ବାଦ ସାହୁ ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ ।