ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି କରାଯାଇଥିଲା । ବେଟି ବଚାଓ ବେଟି ବଢାଓ, ପଢ଼େଙ୍ଗେ ହମ୍ ବଢେଙ୍ଗେ ହମ୍ ସ୍ଲୋଗାନ ଦିଆଯାଇଥିଲା । ଏହି ଅବସରରେ ମହିଳା ମହାବିଦ୍ୟାଳୟର ଡକ୍ଟର ଏ କେ ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ପାଇଁ ଆଗକୁ ପାଠ ପଢି କଲେଜର ନାମ ରଖିବାକୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍, ବାଲ୍ୟ ବିବାହ ଆଇନ୍, ଶିଶୁ ଶ୍ରମିକ ଆଇନ୍ ଓ ପି ସି ପି ଏନ ଡି ଟି ଆଇନ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କହିଲେ ଜାତୀୟ କନ୍ୟା ଦିବସ ୨୦୨୬ ପାଇଁ ସରକାରୀ ଥିମ୍ ଅନୁଯାୟୀ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବିଷୟବସ୍ତୁଗୁଡ଼ିକ ହେଉଛି ସ୍ୱାସ୍ଥ୍ୟ, ଡିଜିଟାଲ୍ ସାକ୍ଷରତା, ଶିକ୍ଷା ଏବଂ ଏସ୍‌ଡିଜି ଏବଂ ବେଟି ବଚାଓ ବେଟି ପଢ଼ାଓ ସହିତ ସମନ୍ୱୟ ରଖିବା ପାଇଁ ନେତୃତ୍ୱକୁ ଗୁରୁତ୍ୱ ଦେବା, “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କରିବା” ଫୋକସ୍ କ୍ଷେତ୍ର : ସ୍ୱାସ୍ଥ୍ୟସେବା ଏବଂ ପୁଷ୍ଟିକରତା : ବ୍ୟାପକ ଯତ୍ନ, ପ୍ରତିରୋଧକ ସ୍ୱାସ୍ଥ୍ୟ, ଏବଂ ରକ୍ତହୀନତା ମୁକାବିଲା କରିବା । ଡିଜିଟାଲ୍ ସଶକ୍ତିକରଣ : ଝିଅମାନଙ୍କ ପାଇଁ ଡିଜିଟାଲ୍ ବିଭାଜନକୁ ଦୂର କରିବା । ଶିକ୍ଷା ଏବଂ ସୁରକ୍ଷା : ଲିଙ୍ଗ-ଭିତ୍ତିକ ହିଂସାରୁ ସମାନ ପ୍ରବେଶ ଏବଂ ସୁରକ୍ଷା ସୁନିଶ୍ଚିତ କରିବା । ନେତୃତ୍ୱ : ଝିଅମାନଙ୍କୁ ଭବିଷ୍ୟତର ଡାକ୍ତର, ବୈଜ୍ଞାନିକ ଏବଂ ନେତା ଭାବରେ ଚିହ୍ନଟ କରିବା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଦିଆଯାଉଥିବା ମାତୃହୀନ, ପିତୃହୀନ ଶିଶୁଙ୍କ ପାଇଁ ଥିବା ଗ୍ରୀନ ଓ ସାର୍ଟିଫିକେଟ, ଯଶୋଦା ଯୋଜନା, ପୃଷ୍ଠପୋଷକତା ସହାୟତା ରାଶି ଉପରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ଏ ଚନ୍ଦ୍ରିକା ନନ୍ଦ, ସୁଦନ ଖମାରୀ, ଶୁଭମ୍ ଜେନା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ ପ୍ରଫେସର ସଦାଶିବ ମଲ୍ଲିକ ଉପସ୍ଥିତ ରହି ସମସ୍ତଙ୍କୁ କନ୍ୟା ସନ୍ତାନ ଦିବସ ୨୦୨୬ରେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.