- ସମାରୋହରେ ସମସ୍ତେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କଲେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚ ଶାନ୍ତିପଡାର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଦୁର୍ଗା ମଣ୍ଡପ ପରିସର ଦେଇ ଗନ୍ଧରେଲ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଶପଥ ଗ୍ରହଣ ମହାସମାରୋହରେ ପାଳନ କରାଯାଇଥିଲା । ସର୍ବ ସମ୍ମତ୍ତି କ୍ରମେ ବିଶ୍ୱନାଥ ମିଶ୍ର ସଭାପତି, ଗଜରାଜ ମେହେର ଉପସଭାପତି, ରବିନ୍ଦ୍ର କୁମାର ପ୍ରଧାନ ସଂପାଦକ, ନୃପରାଜ ରଣା ଯୁଗ୍ମ ସଂପାଦକ, ବଂଶ ଭୋଇ କୋଷାଧ୍ୟକ୍ଷ ତଥା ସୋମନାଥ ସାହୁ, ବିଜୟ କୁମାର ଖୁଣ୍ଟିଆ, ଘନଶ୍ୟାମ ମାହାର, ସୁଷ୍ମନ୍ତ ମେହେର, ଜଗନ୍ନାଥ ଷଡଙ୍ଗୀ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ରମାକାନ୍ତ ପଧାନ, ଦିଲୀପ କୁମାର ପାତ୍ର, କେଶବ ଚନ୍ଦ୍ର ମିଶ୍ର କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ବ୍ୟତିତ ଧର୍ମସିଂହ ମିଶ୍ର, ସନ୍ତୋଷ କୁମାର ଦାଶ, ହରେକୃଷ୍ଣ ମେହେର, ରାଧାକୃଷ୍ଣ ମେହେର ଉପଦେଷ୍ଟା ଭାବେ ମନୋନିତ ହୋଇଥିଲେ । ଉକ୍ତ ସମାରୋହରେ ସମାଜସେବୀ ସତ୍ୟବନ୍ତ ବେଦବାକ ଅଧ୍ୟକ୍ଷତା କରି ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା, କାର୍ଯ୍ୟନିର୍ବାହୀ ସଦସ୍ୟ, ସାଧାରଣ ସମିତି ସଦସ୍ୟମାନଙ୍କୁ ଏକ ମଂଚରେ ଶପଥ ଗ୍ରହଣ ପରେ ସଭାରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖି ମାନବ ସେବା ହିଁ ମଂଚର ଲକ୍ଷ୍ୟ । ତେଣୁ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେହି ଭଳି ଅନେକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆୟୋଜନ କରିବାକୁ ମତବ୍ୟକ୍ତ କରିଥିଲେ । ନିଜ ଅଭିଭାଷଣରେ ଅଧ୍ୟକ୍ଷ ବେଦବାକ୍ ମାନବ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସମସ୍ତଙ୍କୁ ମାନବ ସମାଜର ହିତ ସାଧନ ପାଇଁ ନିଜକୁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଅନେକ ମୂଲ୍ୟବାଦ ପରମର୍ଶ ଦେଇଥିଲେ । କାର୍ଯ୍ୟକ୍ରମଟିକୁ କେଶବ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ଦିଲୀପ କୁମାର ପାତ୍ର ସ୍ୱାଗତ ଭାଷଣ ଉଦ୍ଦେଶ୍ୟ ଜ୍ଞାପନ ତଥା ଉପସଭାପତି ଗଜରାଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।