csstore

ବଲାଙ୍ଗିର ଲୋକ ଉତ୍ସବ ୨୦୨୬ : ‘ଲୋକନୃତ୍ୟ ନଚନିଆ’ ଶୀର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ଅବସରରେ ସଂପାନ କମିଟି ଦ୍ୱାରା ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସାଂସ୍କୃତିକ ବିଭବ ‘ଲୋକ ନୃତ୍ୟ ନଚନିଆ’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ର ସଂପାନ କମିଟି ଅଧ୍ୟକ୍ଷ ପରାଶର ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଆଲୋକ ଭାବରେ ସଂସ୍କୃତି ଗବେଷକ ଗଦାଧର ବାରିକ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ଅଧ୍ୟାପକ ଡ. ମୋହିତ କୁମାର ସ୍ୱାଇଁ, ସଂସ୍କୃତି ଗବେଷକ ରାଜୀବ ସଗରିଆ ଏବଂ ପଶ୍ଚିମ ଓଡିଶାର ଲୋକପ୍ରିୟ ସମ୍ବଲପୁରୀ ଗାୟିକା ପଦ୍ମିନୀ ଦୋରା ଯୋଗ ଦେଇଥିଲେ । ଏହି ଅବସରରେ ସଂସ୍କୃତି ଗବେଷଣ ଡ. ଘାସିରାମ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ସଂପାନ କମିଟି ସହ-ଅଧ୍ୟକ୍ଷ ସନାତନ ଠାକୁର ଦେଇଥିବା ବେଳେ ସହ-ଅଧ୍ୟକ୍ଷ ଅଚ୍ୟୁତ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ଡ. ଲଳିତ କୁମାର ସାହୁ ସଭା ପରିଚାଳନା କରିଥିଲେ । ଜୟକୁମାର ଆଚାର୍ଯ୍ୟ, କବିରାଜ ଭୋଇ, ଜୟକୃଷ୍ଣ ମିଶ୍ର, ନିଗମ ନାଥ ଏବଂ ସଂପାନ କମିଟି ସମସ୍ତ ସଦସ୍ୟଙ୍କୁ ଅଧ୍ୟକ୍ଷ ପରାଶର ବାଗ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.