ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଚତୁର୍ଥ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ କୋଚ୍ ମଣି ବରିହାଙ୍କ ନାମରେ ଚତୁର୍ଥ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ, କାଲସାଏପାଲି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍ ମହିପୁର ଓ ଅମାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟାଏବ୍ରେକର ଜରିଆରେ ୪-୩ ଗୋଲରେ ଅମାମୁଣ୍ଡା ଦଳ ବିଜୟୀ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କୁଶମେଲ ଓ ମହିମୁଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ୨-୦ ଗୋଲରେ କୁଶମେଲ ବିଜୟୀ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସତ୍ୟବାନ୍ ସାହୁ, ସଂଗଠକ ବିନୋଦ କାଲସାଏ, ଖେଳ ସଂଗଠକ ସିଦ୍ଧେଶ୍ୱର ମିଶ୍ର, ହେମନ୍ତ ବେହେରା,ଖଲିଲ ରହୁ ରେହେମାନ, ସଞ୍ଜୁ ଷାଣ୍ଡ ଉପସ୍ଥିତ ଥିଲେ । ଖେଳକୁ ପରିଚାଳନା କରୁଥିଲେ ବିକାଶ ସେଠି, ସଞ୍ଜିବ ସାହୁ, ସୁଶାନ୍ତ ବାଗ । ସହଯୋଗ କରିଥିଲେ ଦେବାଶିଷ କାଲସାଏ, ବୁନୁ ତାଣ୍ଡି, ଚନ୍ଦ୍ର କାଲସାଏ, ଦଇତାରି କାଲସାଏ, ସୁଦାମ କାଲସାଏ, ଦାଶରଥି ବିଶି, ଧରଣୀ କାଲସାଏ, କୁନା କଲସାଏ, କୁନା ବକୁଳ, କାମଦେବ ଷାଣ୍ଡ, ମିଲୁ ବାଗ, ଅଜିତ ଷାଣ୍ଡ, ଗୋପିନାଥ କାଲସାଏ ଓ ଗ୍ରାମବାସୀ ବୃନ୍ଦ ।