୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)ର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

● ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ୟ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ ଏବଂ ନିଅଣ୍ଟ ଭରଣା ଲାଗି ପାଣ୍ଠି ଯୋଗାଣକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
କାର୍ଯ୍ୟକାରିତା ରଣନୀତି :
୨୦୩୦-୩୧ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ ଏବଂ ଏଥିପାଇଁ ସରକାର ନିମ୍ନ ସହାୟତା ଯୋଗାଇ ଦେବେ :
୧. ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚାଇବା ଲାଗି ପ୍ରଚାରପ୍ରସାର ଏବଂ ବିକାଶ କାର୍ଯ୍ୟକଳାପ କରାଯିବ । ଏଥିରେ ସଚେତନତା ଏବଂ କ୍ଷମତା ନିର୍ମାଣ ସାମିଲ ରହିବ ।
୨. ଯୋଜନାର ବ୍ୟବହାରିକ ଆବଶ୍ୟକତା ପୂରଣ କରିବା ଏବଂ ଏହାକୁ ନିରନ୍ତର ଭାବେ ଜାରି ରଖିବା ଲାଗି ନିଅଣ୍ଟ ଭରଣା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ ।
ପ୍ରମୁଖ ପ୍ରଭାବ :
● କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ ।
● ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ ।
● କ୍ରମାଗତ ସାମାଜିକ ସୁରକ୍ଷା ଯୋଗାଇ ଦେଇ ବିକଶିତ ଭାରତ ୨୦୪୭ର ସଂକଳ୍ପକୁ ଏହି ଯୋଜନା ମଜବୁତ କରିବ ।
ପୃଷ୍ଠଭୂମି
● ଶୁଭାରମ୍ଭ : ୯ ମଇ ୨୦୧୫ରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପିୱାଇର ଶୁଭାରମ୍ଭ କରାଯାଇଥିଲା ।
● ଯୋଜନାର ବୈଶିଷ୍ଟ୍ୟ : ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ ୬୦ ବର୍ଷ ବୟସରୁ ପ୍ରତି ମାସରେ ୧,୦୦୦ ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ ।
● ଅଗ୍ରଗତି : ୧୯ ଜାନୁଆରୀ, ୨୦୨୬ ସୁଦ୍ଧା, ୮.୬୬ କୋଟିରୁ ଅଧିକ ଉପଭୋକ୍ତା ପଞ୍ଜୀକରଣ କରିଛନ୍ତି, ଯାହା ଏପିୱାଇକୁ ଭାରତର ସମାବେଶୀ ସାମାଜିକ ସୁରକ୍ଷା ଢାଞ୍ଚାର ଏକ ଆଧାର ରୂପେ ପରିଣତ କରିଛି ।
● ସମ୍ପ୍ରସାରଣ ଆବଶ୍ୟକତା: ଯୋଜନାର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସଚେତନତା, କ୍ଷମତା ନିର୍ମାଣ ଏବଂ ବ୍ୟବହାରିକ ଆବଶ୍ୟକତା ପୂରଣ ଲାଗି ନିରନ୍ତର ସରକାରୀ ସମର୍ଥନ ଅତ୍ୟନ୍ତ ଜରୁରୀ ।

Leave A Reply

Your email address will not be published.