ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରକାରୀ ହସ୍ପିଟାଲ ପରିସରରେ ଆଜି ଅଞ୍ଚଳର ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ସୁବିଧା ଆରମ୍ଭ କଲେ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର । ଦୁର୍ଘଟଣା ହେଉ କି ଜରୁରୀ କାମ ସମୟରେ ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ବହୁତ ଅସୁବିଧା ହେଉଥିଲା । ଭାଲୁମୁଣ୍ଡା ଦେଇ ୫୯ ନମ୍ବର ଜାତୀୟ ରାଜପଥ ଯାଇଛି । ଏହି ରାଜପଥରେ ସବୁବେଳେ ବିଭିନ୍ନ ଘଟଣା ଦୁର୍ଘଟଣା ବୃଦ୍ଧି ପାଉଛି । ଠିକ ସମୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚୁ ନ ଥିବାରୁ ଲୋକେ ପ୍ରାଇଭେଟ ଗାଡିରେ ଯାଉଛନ୍ତି । ସେଥିପାଇଁ ଅଞ୍ଚଳର ରୋଗୀମାନଙ୍କ ତୁରନ୍ତ ସୁବିଧା ପାଇଁ ପୂର୍ବତନ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ମେହେର ଆମ୍ବୁଲାନ୍ସ ଲୋକଙ୍କ ପାଇଁ ସେବା ଯୋଗାଇ ଦେଇଛନ୍ତି । ଏହି ଅଞ୍ଚଳର ରୋଗୀମାନେ ସୁବିଧା ପାଇ ପାରିବେ ବୋଲି ଶ୍ରୀ ମେହେର ଆଶା ରଖିଛନ୍ତି । ଏଥିରେ ଭାଲୁମୁଣ୍ଡା ଗାଁର ସମାଜସେବୀ ଯୋଗିନ୍ଦ୍ର ମିଶ୍ର, ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡାକ୍ତର କଳାକାହ୍ନୁ ଖୁଆସ, ଡାକ୍ତର ଅମୀର ମେହେର, ଡାକ୍ତର ଇପ୍ସିତା ସାହୁ, ଡାକ୍ତର ବିଶ୍ୱମ୍ବର ମେହେର, ଆୟୁର୍ବେଦିକ ଚିକିତ୍ସାଲୟର ଡାକ୍ତର ସ୍ମିତା ପରିମିତା କାଲସାଏ, ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ୱର୍ଣ୍ଣଲତା ସାହୁ, ଫାର୍ମାସିଷ୍ଟ ଚମ୍ପେଶ୍ୱର ମେହେର, ବିଭିନ୍ନ ଗାଁ ର ଆଶାକର୍ମୀ ଓ ସ୍ଥାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।