ଜାତୀୟ ରାଜପଥ କଡ଼ର ନିମ୍ବ ଗଛକୁ ପିଟି ଇନୋଭା ଗାଡ଼ି ଦୁର୍ଘଟଣା ହେବା ଘଟଣା : ଡାବୁଗାଁ ଏସବିଆଇ ବ୍ୟାଙ୍କ୍ ମ୍ୟାନେଜର, ସ୍ଥାନୀୟ ସାମ୍ବାଦିକ ଓ ତାଙ୍କ ବାପାଙ୍କ ମୃତ୍ୟୁ, ଜଣେ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ କଲାହାଣ୍ଡି ପଟରୁ ବଲାଙ୍ଗିର ପଟକୁ ଯାଉଥିବା ଏକ ଇନୋଭା ଗାଡି (ଓଡି୦୨କ୍ବୁ୨୦୭୯) ଭାରସାମ୍ୟ ହରାଇ ଦେଓଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ନିମ୍ନ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସହ ୪ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଜଣଙ୍କ ଓ ପରେ ଡ଼ାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଳ୍ଲା ଡାବୁଗାଁ ଏସବିଆଇ ମ୍ୟାନେଜର ରାକେଶ ହେମ୍ରମ, ଡ଼ାବୁଗାଁ ‘ସକାଳ’ ବ୍ଲକ ପ୍ରତିନିଧି ସତ୍ୟଜିତ ମାଦଳା, ତାଙ୍କ ପିତା ରାମେଶ୍ବର ମାଦଳା ଏବଂ ଗାଡ଼ି ଡ୍ରାଇଭର ଭୀମ ହରିଜନ ଏହି ଗାଡ଼ିରେ ଭୁବନେଶ୍ବର ଯାଉଥିଲେ । ଘଟଣାସ୍ଥଳରେ ବ୍ୟାଙ୍କ ମ୍ୟାନେଜର ଓ ରମେଶ୍ବରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସତ୍ୟଜିତ୍‌ଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭର ଜଣକ ଗୁରୁତର ଭାବେ ବଲାଙ୍ଗିର ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦେଓଗାଁ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.