ବକେୟା ଦରମା ଓ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ କକ୍ଷରେ ପୁରେନା ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ପୁରେନାର ଗ୍ରାମବାସୀ ସ୍କୁଲ ପ୍ରତି ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ତଥା ଶିକ୍ଷକ ମାନଙ୍କର ବକେୟା ପାଉଣାକୁ ନେଇ ଆଜି ପଦ୍ମପୁର ବ୍ଲକ କାର୍ଯ୍ୟାଳୟର ଓସ୍ୱାନ ହଲ୍ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁରେନା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନର ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଦରମା, ଜି ଆଇ ଏସ୍ ଟଙ୍କା ଓ ୬୧୦ ସ୍କିମ୍‌ର ଶିକ୍ଷକ ନିଯୁକ୍ତିରେ ପାତର ଅନ୍ତର ନୀତିକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପ୍ରତି ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ଶିକ୍ଷା କାର୍ଯଶ୍ୟଳୟ ସମ୍ପୂର୍ଣ୍ଣ ଦାୟୀ ରହିବ । ଜିଲ୍ଲାପାଳ ଆସନ୍ତା ସାତ ଦିନ ମଧ୍ୟରେ ବକେୟା ପାଉଣା ଦେବାକୁ ଓ ନିଯୁକ୍ତି ପ୍ରକ୍ରିୟାର ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.