ସୁରୁଲାଲ ମଟାରିଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ଅପରାହ୍ନରେ ଜଣା ଶୁଣା ଶ୍ରମିକ ନେତା ସୁରୁଲାଲ ମଟାରୀଙ୍କ ପିତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ସ୍ୱର୍ଗତ ନରୋତ୍ତମ ମଟାରୀଙ୍କୁ ୯୨ ବର୍ଷ ହେଉଥିଲା । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ସୋମବାର ଦିନ ୧୧ ଟା ସମୟରେ ନିଜ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ । ଶେଷ ସମୟରେ ତିନି ପୁଅ ସନ୍ତୋଷ, ଅଶୋକ, ସୁରୁ, ଝିଅ ମଞ୍ଜୁଲତା, ଜାହ୍ନବି, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ବିଭୂତି ପଡା ଶ୍ମଶାନରେ ଅନ୍ତେଷ୍ଟି କରାଯାଇଥିବା ବେଳେ ବଡ ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମଟାରୀ ଜଣେ ଲୋକପ୍ରିୟ ଓ ଅମାୟିକ ବ୍ୟକ୍ତି ଥିବା ବେଳେ ତାଙ୍କର ବିୟୋଗରେ ପରିଚିତ ମହଲରେ ଶୋକ ଖେଳିଯାଇଛି ।

Leave A Reply

Your email address will not be published.