ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଚିତ୍ରକଳା ପ୍ରତିଷ୍ଠାନ ଦୃଷ୍ଟି ତରଫରୁ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ସେକ୍ଟର ୧୮ ସ୍ଥିତ ଗୁରୁ ତେଗ ବାହାଦୁର ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ୧୫୦ଟି ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଗୁରୁ ରାମାଶିଷ ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ଦକ୍ଷିଣ ପୂର୍ବ ରେଳବାଇର ଏମଏଚଏସ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ରାଜେଶ୍ୱରୀ ଆନନ୍ଦ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଚିତ୍ରକଳାକୁ ଦେଖିବା ସହ ପିଲାମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାକୁ ପ୍ରଶଂସା କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଚିତ୍ରଶିଳ୍ପୀ ଦିଲ୍ଲୀପ ଦାସ, ଦିଲ୍ଲୀପ ସିଂ, ସୁରୁ ମାଝୀ, ବିନୋଦ କୌଶଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକମାନେ ବୁଲି ଦେଖିଥିଲେ । ଶେଷରେ ଗୁରୁ ଶ୍ରୀ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post