ସମାଜସେବୀଙ୍କ ବିୟୋଗରେ ଶୋକର ଛାୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ନିବାସୀ ସମାଜସେବୀ ହୃଦାନନ୍ଦ ପରିଡ଼ାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପରିଡ଼ା ଆର୍‌ଏସ୍‌ପିରେ ଯୋଗଦେଇ ସେଠାରେ କୋଅପରେଟିଭ ସଂସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ଏହାସହ ସେ ସେକ୍ଟର ୯ ଦୁର୍ଗା ପୂଜା କମିଟିରେ ଦୀର୍ଘ ବର୍ଷ ଧରି କର୍ତ୍ତା ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ । ଜଣେ ଧର୍ମପରାୟଣ ଓ ମେଳାପୀ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସହ ସେକ୍ଟର ୯ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତାମାନେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.