ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପାଞ୍ଚଦିନ ବ୍ୟାପୀ ଶିବତଲା ହରଗୌରି ମନ୍ଦିର ଠାରେ ମକର ମେଳା ମହୋତ୍ସୋବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଶିବତଲା, ଲୁଚକିବନ୍ଧ, ରଘୁପାଲିର ଜନସାଧାରଣ ସମସ୍ତେ ମିଶି ସହଯୋଗ ଓ ପରିଚାଳନା ଦାୟିତ୍ଵ ନେଇ ସୂଚାରୁ ରୂପେ ତୁଲାଇଥିଲେ।
ଉକ୍ତ ଉତ୍ସବରେ ଷୋହଳ ପ୍ରହରୀ, କଂସ ଦରବାର ମୁଖ୍ୟ ଆକର୍ଷଣ ଥିଲା । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଦର୍ଶକ ଓ ଭକ୍ତଙ୍କର ସୁଅ ଛୁଟିଥିଲା ।
ପ୍ରତ୍ୟେକ ସନ୍ଧ୍ୟାରେ ନେତା, କଳାକାର, ଲେଖକ, କବିମାନେ ନିମନ୍ତ୍ରିତ ଅତିଥି ହୋଇ ଦରବାରରେ ହରଗୌରୀ ମନ୍ଦିରର ନିର୍ମାଣ, ସାହାଯ୍ୟ ସୁନ୍ଦରତା ଉପରେ ଭାଷଣ ଦେଇଥିଲେ ଓ ସମସ୍ତଙ୍କ ମୁଖରେ ଥିଲା ଗୋଟିଏ କଥା ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ହରଗୌରୀ ମନ୍ଦିରକୁ ସରକାର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କଲେ ଆହୁରି ସରସ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଗଠନରେ ସହାୟକ ହୋଇପାରିବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ମୁଖ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଥମରୁ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ପୂର୍ବତନ ପଞ୍ଚାୟତ ସଂପାଦକ କଲାକାହ୍ନୁ ବେହେରା, କୁଡାସିଂହା ସମିତି ସଭ୍ୟ ଲିଙ୍ଗରାଜ ପୁଟେଲ, ବିଜେପି ରାଜନେତା ଗୋପାଳଜୀ ପାଣିଗ୍ରାହୀ, ଶିବତଲା ସମବାୟ ସଭାପତି ପ୍ରଦ୍ୟୁମ୍ନ ହୋତା, ପୂର୍ବତନ ସରପଞ୍ଚ ବାଳକୃଷ୍ଣ ଵେହେରା, ଉଦ୍ୟୋଗୀ ଦେବେନ୍ଦ୍ର ମେହେର, ଉଦ୍ୟୋଗୀ ସମାଜସେବୀ ସାମ୍ବାଦିକ ବିବେକାନନ୍ଦ ପ୍ରଧାନ, ପୂର୍ବତନ ବଲାଙ୍ଗିର ବ୍ଳକ୍ ଅଧ୍ୟକ୍ଷ ଗୋଲାପ ବାଗ, ଟିମା ମହାନ୍ତି, ଶିକ୍ଷକ ଗଣେଶ ବେହେରା, ବିଏସଏଫ ଯବାନ ରାଜେନ୍ଦ୍ର ମାଝୀ, ସମାଜସେବୀ ନବୀନ ସାହୁ, ପ୍ରତ୍ୟେକ ସନ୍ଧ୍ୟାରେ ଦୁଇ ତିନି ଜଣ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ହିସାବରେ ମଞ୍ଚାସିନ ହେଉଥିଲେ । ଉକ୍ତ ଦରବାରରେ ସଭା ପରିଚାଳନା କରୁଥିଲେ ଶିକ୍ଷକ ହଲେଶ୍ୱର ଧରୁଆ ଓ ଗାଁ ସଭାପତି ଛବିଳ ପୂଜାରୀ । ହରଗୌରୀ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଭାପତି ବସନ୍ତ ସାହୁ, ବର୍ତ୍ତମାନ ପରିଚାଳନା ସଭାପତି ହରି ମେହେର ସଂପାଦକ ସନ୍ତୋଷ ଧରୁଆ କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଝାଂକର ଓ ଉକ୍ତ କମିଟିର ସଭ୍ୟ ଛବିଳ ପୂଜାରୀ, ରୋଶନ ସାହୁ, ଜଗବନ୍ଧୁ ରଣା, ଅନନ୍ତ ବନଗୁଲା ,ସୁଖି ବଗର୍ତ୍ତୀ, ଦିବ୍ୟଶଙ୍କର ମାଝି, ନିଳାଚଳ ଧରୁଆ,ସୀମାଞ୍ଚଳ ଭୋଇ ପ୍ରମୁଖ ସୂଚାରୁ ରୂପେ ତୁଲାଇଥିଲେ । ପ୍ରହରୀ ନାମଯଜ୍ଞରେ ଗିରିଧାରୀ ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି କମଳିନୀ ମାଝୀ ଯଜ୍ଞକର୍ତ୍ତା କାମ ତୁଲାଇଥିଲେ ପୂଜକ ଫକିର ରଥ ପୂଜାକାମ କରିଥିଲେ । ଷୋହଳ ପ୍ରହର ନାମଯଜ୍ଞରେ ବାରଗୋଟି କୀର୍ତ୍ତନ ଦଳ ଭାଗ ନେଇଥିଲେ । କଂସ ଦରବାରରେ ଅଭିନେତା ଶୁଭମ ଘିଵେଲା ମୁଖ୍ୟ ଆକର୍ଷଣ ହୋଇଥିଲେ । ଶେଷ ସଂଧ୍ୟାରେ ସମସ୍ତ ଭକ୍ତ, ଦର୍ଶକ, ଅଭିନେତା, ନେତା, କର୍ମକର୍ତ୍ତାକୁ ସମାଜସେବୀ କବି ବିବେକାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post