ଉନ୍ନୟନ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଙ୍ଗୋମୁଣ୍ଡା ବ୍ଲକର ୪ ପିଇଓ ଏବଂ ୨ ଡିଇଓଙ୍କ ମାସକର ଦରମା ବନ୍ଦ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକରେ ସରକାରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଆକ୍ସନ ନେଇଛି । ବଙ୍ଗୋମୁଣ୍ଡା ବ୍ଲକର କାର୍ଯ୍ୟରତ ୪ ଜଣ ପିଇଓ ଏବଂ ୨ ଜଣ ଏଡିଇଓଙ୍କ ମାସକର ଦରମା ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି । ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ଅବହେଳା ନେଇ ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବ୍ଲକର ଏଡିଇଓ ରୂପଧର ସୁନା, ରମେଶ ଚନ୍ଦ୍ର ଦୀପ ଏବଂ ପିଇଓ ହେମନ୍ତ ବେହେରା, କିରଣ ବାଲା ମହାନ୍ତି, ପୁରୁଷୋତ୍ତମ ଗହୀର, ପରମାନନ୍ଦ ମହାନନ୍ଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରୁଥିବାରୁ ମାସକର ଦରମା ବନ୍ଦ କରିଛନ୍ତି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ତେବେ ବିଭିନ୍ନ ସମୟରେ ଏହି କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଲୋକେ ସରକାରୀ ସ୍କିମରୁ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave A Reply

Your email address will not be published.