ବାଙ୍କିପାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ସୁବର୍ଣ୍ଣପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ବାଙ୍କିପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗିଧମାଲ ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା ଫିତାକାଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଶିକ୍ଷଣ ଉପକରଣ ଗୁଡ଼ିକର ବ୍ୟବହାର ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ପାଠ ବିଷୟକୁ ସହଜ ଓ ସରଳ ଭାବରେ ବୁଝି ପାରିବେ, ସେ ବିଷୟରେ ଧାରଣା ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦନ ବରିହା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁନିଲ କୁମାର ସେଠଙ୍କ ତତ୍ୱାବଧାନରେ ତିନିଦିନ ଧରି ଶିକ୍ଷକ ସୁଶିଲ କୁମାର ସେଠୀ, ହରିହର ଭୋଇ, ଶିକ୍ଷୟିତ୍ରୀ ସୁନୀତା ସେଠୀ, ସୂର୍ଯ୍ୟକାନ୍ତୀ ଦୀପ୍, ସଞ୍ଜୁକ୍ତା କାଣ୍ଡ, ରୀନା ପ୍ରଧାନ, ରେଣୁକା ପାତ୍ର ଓ ସନ୍ତୋଷିନୀ ମହାନନ୍ଦ ଆଦି ଚିତ୍ତାକର୍ଷକ ଉପକରଣ ଗୁଡିକ ପ୍ରସ୍ତୁତ କରିଥିଲେ । ଉଦଯାପନୀ ସଭାରେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ଉପସ୍ଥିତ ରହି ପ୍ରସ୍ତୁତ ହୋଇଥିବା ଶିକ୍ଷଣ ଉପକରଣ ଗୁଡ଼ିକର ସମୀକ୍ଷା କରିଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ହେମସାଗର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.