ବଲାଙ୍ଗିରରେ ଭାରତୀୟ ମୁକ୍ତି ମୋର୍ଚ୍ଚା ଓ ରାଜ୍ୟ ଓବିସି ମଂଚର ପ୍ରତିବାଦ : ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ତଥା ରାଜ୍ୟ ଓବିସି ମଂଚ ବଲାଙ୍ଗିର ତରଫରୁ ୫ଦଫା ସମ୍ମଳିତ ଦାବିପତ୍ର ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବିପତ୍ର ସନାତନ ଦୀପ ଜିଲ୍ଲା ଆବାହକ ଭାରତୀୟ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ଏବଂ ସରୋଜ କୁମାର ମେଶ୍ୱା ଜିଲ୍ଲା ସଂଯୋଜକ ଓବିସି ମଂଚ ବଲାଙ୍ଗିର ପ୍ରଦାନ କରିଛନ୍ତି । ଗତ ଡିସେମ୍ବର ୨୮ ରୁ ୩୦ ଡିସେମ୍ବର ତିନିଦିନ ଧରି ଐତିହାସିକ କଟକ ବାଲିଯାତ୍ରା ପଡିଆରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନକୁ ଜିଲ୍ଲା ପ୍ରଶାସନ କଟକ ଏବଂ ମହାନିଗମ ପୋଲିସ ପ୍ରଶାସନ ପୂର୍ବ ଅନୁମତି ଦେଇଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଥିଲେ । ଏହି ରାଜ୍ୟ ଅଧିବେଶନରେ ସଂଗଠନ ତରଫରୁ ଦୁଇମାସ ଧରି ବ୍ୟାପକ ପ୍ରସ୍ତୁତି ଚାଲିଥିଲା ଏବଂ ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥାରେ ସଂଘର ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା । ଏହା ଫଳରେ ୮୫% ବହୁଜନଙ୍କୁ ଭାରତ ସମ୍ବିଧାନ ବ୍ୟବସ୍ଥାରେ ମିଳିଥିବା ମୌଳିକ ଅଧିକାର ଗୁଡିକ କ୍ଷୁର୍ଣ୍ଣ ହୋଇଛି ବୋଲି ରାଜ୍ୟ ଓବିସି ମଂଚ କୋଷାଧ୍ୟକ୍ଷ ପରଦେଶି ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲେ । ଭାରତର ସମ୍ବିଧାନ ବ୍ୟବସ୍ଥା ଏହା ଏକ କୁଠାରଘାତ ବୋଲି ଭାରତୀୟ ମୁକ୍ତି ମୋର୍ଚ୍ଚା ଆବାହକ ସନାତନ ଦୀପ ତାଙ୍କ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ବାମସେଫ୍‌ ଭାରତୀୟ ମୁକ୍ତିମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗର ଅଧିବେଶନକୁ ସରକାରୀ ଅନୁମୋଦନ ଗତ ବାଲିଯାତ୍ରା ପଡିଆ କଟକରେ ମହାଅଧିବେଶନରେ ଅଗ୍ରୀମ ପ୍ରସ୍ତୁତିର କ୍ଷୟକ୍ଷତି ପ୍ରଦାନ ଭବିଷ୍ୟତରେ ବହୁଜନଙ୍କ ସମ୍ବିଧାନିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା, ଓବିସି ଜନଗଣନାକୁ ସ୍ୱଚ୍ଛତା ଭାବେ କରିବା ଇତ୍ୟାଦି ୫ଦଫା ଦାବି ପ୍ରଦାନ କରାଯାଇଥିଲା । ଏଥିରେ ଚିତ୍ରସେନ ସୁନା, କମଲ ଛତ୍ରିଆ, ଚାରୁଚନ୍ଦ୍ର ନାଗ, ରାହୁଲ କୁମ୍ଭାର, ସୁଶିଲ କୁମ୍ଭାର, କେଶବ ଛୁରା, ଲଳିତ କୁମ୍ଭାର, ରାଜେନ୍ଦ୍ର ସୁନା, ନିକେଶ କୁମ୍ଭାର, ଅନିଲ ନାଗ, ପବନ ସିକା ପ୍ରମୁଖ ବାମ୍‌ସଫେ୍‌ ସଂଗଠନର ସଦସ୍ୟ, ଭାରତୀୟ ମୁକ୍ତିମୋର୍ଚ୍ଚାର ସଦସ୍ୟ ଓ ଓବିସି ମଂଚ ବଲାଙ୍ଗିରର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.