ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନିଶାଙ୍କୁ ନେଇ ହଇଚଇ । ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ । ଖାଲି ଏତିକି ନୁହେଁ ଅପେରା ଡାକିଥିବା କମିଟିର ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନ ଭାଟି ଗାଁ ରେ ଗତ ୧୨ ତାରିଖରେ ଆସିଥିଲା ଅପେରା । ସେଠି ନିସାଙ୍କୁ ଡାକିଥିଲା କମିଟି। ଓ ସେଠି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ନିଶା । ଏହି କାରଣକୁ ନେଇ ବଲାଙ୍ଗିର ସଦର ଥାନା ପୋଲିସ ନିଶାଙ୍କ ନାରେ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହ କମିଟି ଉପରେ ପୋଲିସ ଏକ୍ସନ ନେଇଛି । କମିଟି ଦୁଇ ଜଣଙ୍କୁ ଗିରଫ କରିଛି ସଦର ପୋଲିସ । ଗିରଫ ଦୁଇ ଜଣ ହେଲେ ସୁରେନ୍ଦ୍ର ନାଗ ରାଧେ ଶ୍ୟାମ ମେହେରଙ୍କୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.