କେସିଙ୍ଗା, (ପ୍ରିତେଶ ପଟେଲ) : ବହୁତ ଦିନର ଅପେକ୍ଷା ପରେ କଳାହାଣ୍ଡି ଜିଲ୍ଲା ପୂର୍ବତନ ବିଜେପି ସମ୍ପାଦକ, କେସିଙ୍ଗା ବିଜେପି ବରିଷ୍ଠ କର୍ମୀ ତଥା କେସିଙ୍ଗା ଜେଏମଏଫସି କୋର୍ଟର ଜଣାଶୁଣା ଓକିଲ ସନ୍ତୋଷ ଦାଶ ସ୍ଥାନୀୟ କୋର୍ଟରେ ସହକାରୀ ସରକାରୀ ଓକିଲ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ତେଣୁ କେସିଙ୍ଗା ନଗର ବିଜେପି ପାର୍ଟୀର କର୍ମୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି । କିନ୍ତୁ ଏବେ ବି ଆଉ ଖାଲି ପଦବୀ ପାଇଁ କେସିଙ୍ଗା ନଗର ବରିଷ୍ଠ ବିଜେପି କର୍ମୀଙ୍କ ନାମ ଆସିଲେ କେସିଙ୍ଗା ନଗରର ସମସ୍ତ କର୍ମୀ ଆହୁରି ଖୁସି ହେବେ ବୋଲି ସଭାପତି ପିଙ୍କୁ ପରିଡାଙ୍କ ମତ ପ୍ରକାଶ କରିଛନ୍ତି । ପୂର୍ବତନ ନଗର କମିଟୀ ସଭାପତି ପ୍ରଶାନ୍ତ ବାନାର୍ଜୀ, ବୀର୍ଦୀ ଜୈନ, ମଗନ ସିନ୍ଦୁର, ପ୍ରିତେଶ ପଟେଲ, ବିମଲ ବାଗ, ଧରଣୀଧର ନାଏକ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି ।
Prev Post