- ଲୋକ କଳା, ଲୋକ କଥା, ଲୋକ ନାଚ, ଲୋକ ଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଦିବ୍ୟ ଚେତନା ମହିମା ସନ୍ଥ ଭୀମ ଭୋଇ ଗୁରୁକୁଳ ଆଶ୍ରମରେ ବଙ୍ଗୋମୁଣ୍ଡା ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ୯ମ ତମ ମକର ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା ଆରମ୍ଭ ହୋଇଥିଲା । ଆୟୋଜିତ ଏହି ସଭାରେ ସାହିତ୍ୟ କଳା ପରିଷଦର ସଭାପତି ଡଃ. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ବେଦବ୍ୟାସ ନାଗ, ବିଶିଷ୍ଟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସମିତି ସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ସୁଧାକର ସାହୁ, ସମ୍ମାନୀୟ ଅତିଥି ଭାବେ ମଠାଧୀଶ କପିଳେନ୍ଦ୍ର ବାବା, ରାଷ୍ଟ୍ର ଭାରତୀର ପ୍ରତିଷ୍ଠାତା ସୁରଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମି ରଞ୍ଜନ ପୁଟେଲ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବିଜେପି ନେତା ଥବିର ଚନ୍ଦ୍ର ବାଗ, ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖାର ସାଧାରଣ ସଂପାଦକ ଭବାନୀ ଶଙ୍କର ରାଓ, ସାମ୍ବାଦିକ ପୁଷ୍ପକେତୁ ବେହେରା, ସାମ୍ବାଦିକ ରାଧେଶ୍ୟାମ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଚଳରେ ଲୁକି ଯାଉଥିବା ଲୋକ କଳା, ଲୋକ ଗୀତ, ଲୋକ ନାଚକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୀର୍ତ୍ତନ, ପାଲା, ଦାସ କାଠିଆ, ଢାପ, ଦୋଳ ବାଦ୍ୟ, ଖଞ୍ଜଣି, ବାହାକ ସଂଚାର, ଢାପ, ଡକା, ଆଦିବାସୀ ନୃତ୍ୟ ପରିବେଷଣ କରିବା ସହିତ କବିତା ପାଠ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ନିଗମାନନ୍ଦ ଦାସ ବାର୍ଷିକ ବିବରଣୀ ପଠନ କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ଏଥିରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ଦୀପକ ଯାଦବ, ସୁଶାନ୍ତ ବେହେରା, ପ୍ରଭୁଲାଲ ବେହେରା, ଭକ୍ତବନ୍ଧୁ ସାହୁ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।