ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ ଏକ୍ସପାର୍ଟ ଅସୀମ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ସାଇବର ଠକଙ୍କ ଠାରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିବା ବେଳେ ସମସ୍ତ ନାରୀ ସମାଜ ଆତ୍ମରକ୍ଷା ପ୍ରଶିକ୍ଷଣକୁ ନେଇ ନିଜକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ସମ୍ମାନିତ ଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଛନ୍ତି । କାର୍ଯ୍ୟକ୍ରମକୁ ତୋଷାଳି ବିଦ୍ୟା ମନ୍ଦିରର ଟ୍ରଷ୍ଟବୋର୍ଡ ସଦସ୍ୟ ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ ଶ୍ୟାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବାଶିଷ ମହାପାତ୍ର, କାମଦେବ ପ୍ରଧାନ, ସୁରେନ୍ଦ୍ର ଭୋଇ, ସାବ୍ୟା ପ୍ରଧାନ, ଶରତ ବୁଡେକ, ଅଞ୍ଜଳି ପ୍ରଧାନ, ଲିପିକା ଭୋଇ ଓ ସାଇବର କମ୍ୟୁକେଶନ ଏସ୍‌ଆଇ ବୈଦୁର୍ଯ୍ୟ ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.