ବଲାଙ୍ଗିର/ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଶିବତଲା, ଲୁଚକିବଂଧ ଓ ରଘୁମଣିପାଳି ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ମକର ମହୋତ୍ସବ ୨୦୨୬ ହରଗୌରୀ ମନ୍ଦିରରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା ସହିତ ସନ୍ଧ୍ୟାରେ ମକର ମହୋତ୍ସବକୁ ସରପଞ୍ଚ ଶ୍ରୀମତୀ ଶୁଭଶାନ୍ତି ମାଝୀଙ୍କ କର କମଳରେ ଉଦଘାଟିତ ହୋଇଥିଲା । ହୋଲିଶ୍ଵର ଧରୁଆ ସଭା ପରିଚାଳନା କରିଥିବା ବେଳେ ମଞ୍ଚରେ ବସନ୍ତ ସାହୁ, ଛବିଳ କୁମାର ପୂଜାରୀ, ସନ୍ତୋଷ କୁମାର ଧରୁଆ, ପୂର୍ଣ୍ଣଚନ୍ଦ୍ର ଥପା, ହେମସାଗର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମକର ମହୋତ୍ସବ ସଦସ୍ୟ ଦିବ୍ୟ ଶଙ୍କର ମାଝୀ, ନୀଳାଚଳ ଧରୁଆ, ଅନନ୍ତ ବନଗୁଲା, ଚିତ୍ତରଞ୍ଜନ ଝାଙ୍କର, ସୀମାଞ୍ଚଳ ଭୋଇ, ରୋଶନ ସାହୁ, କୃଷ୍ଣଚନ୍ଦ୍ର ଧରୁଆ, ଗିରିଧାରୀ ମାଝୀ, ଗୋବିନ୍ଦ କୁମୁରା, ରମେଶ ମେହେର, ନବୀନ ସାହୁ, ଭୋଜରାଜ ବେହେରା ସମେତ ସଭାପତି ହରି ମେହେର ଉପସ୍ଥିତ ଥିଲେ । ପ୍ରଥମ ରଜନୀରେ କଂସ ଦରବାରର ଉଗ୍ରସେନ ଗାଦିଚ୍ୟୁତ ପରିବେଷଣ ବେଶ୍ ମନୋରଞ୍ଜନ ହୋଇଥିଲା ।