ବଲାଙ୍ଗିର ସାଲେଭଟା ଚଣ୍ଡି ମନ୍ଦିରରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ଚଣ୍ଡୀଙ୍କ ମନ୍ଦିରରୁ ଚୋରି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସାଲେଭଟା ମା’ ଚଣ୍ଡୀଙ୍କ ମନ୍ଦିରରେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମା’ଙ୍କ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ଚୋରି କରିନେଇଛନ୍ତି । ମା’ଙ୍କ ରୂପା ମୁକୁଟ, ସୁନା ନଥୁଣି ସହ ଅଳଙ୍କାର ଓ ପୂଜା ସାମଗ୍ରୀ ସବୁ ଚୋରି କରି ନେଇଛନ୍ତି । ଏନେଇ ମନ୍ଦିର ପୂଜକ ସାଲେଭଟା ଫାଣ୍ଡିରେ ଏତଲା ଦେଇଛନ୍ତି । କେତେ ଜଣ ଚୋର ଥିଲେ କେମିତି ଚୋରି କଲେ ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.