ଗଞ୍ଜାମ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ମଙ୍ଗଳବାର ସମାହିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ସାରା ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରିବା ଲାଗି ସରକାରଙ୍କ ତରଫରୁ ସ୍ଥିର କରାଯାଇଛି । ଏହି କ୍ରମରେ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ପ୍ରତ୍ୟେକ ବିଭାଜନ ଯଥା ବୃହତ ଏବଂ ମଧ୍ୟମ ଜଳସେଚନ, କ୍ଷୁଦ୍ର-ଜଳସେଚନ, ଉଠା-ଜଳସେଚନ, ବୃହତ ଉଠାଜଳସେଚନ ତରଫରୁ ଜାନୁଆରୀ ୬ତାରିଖରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ସମାହିତ ହୋଇଯାଇଛି । ଜଳ ସମ୍ପଦ ବିଭାଗ ତରଫରୁ ଜନସଚେତନତା ଲାଗି ପାଣି ପଞ୍ଚାୟତ ରଥ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଉଦଘାଟନ କରି ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗାଆଁ ଗାଆଁ ପରିଭ୍ରମଣ କରି ଜାନୁଆରୀ ୧୩ ତାରିଖରେ ଛତ୍ରପୁର ଡିଆରଡିଏ ଠାରେ ଉଦଯାପିତ ହୋଇଅଛି । ଏହି ପରିପ୍ରେକ୍ଷୀରେ ସମଗ୍ର ଗଞ୍ଜାମ ଜିଲ୍ଲା ସ୍ତରରୁ କୃତ୍ତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ବିଶିଷ୍ଟ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଚାଷ ସହ ସମ୍ବନ୍ଧିତ ପ୍ରତେକ ବିଭାଗକୁ ଓ ଅଗ୍ରଣୀ ଚାଷୀମାନଙ୍କୁ ମଧ୍ୟ ଉକ୍ତ ସଭାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଖାଦ୍ୟ, ଫୁଲ, ମାଛ, ଚାଷ ଉପକରଣ ଉପରେ ଏକ ପ୍ରଦର୍ଶନୀ ହୋଇଥିଲା । ଏହି ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ ଓ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଗଙ୍ଗାଧର ଦାସ, ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ନଳିନୀ କାନ୍ତ ପଣ୍ଡା, ମୃତ୍ୟଞ୍ଜୟ ସାହୁ, ରବୀନ୍ଦ୍ର ନାହାକ, ସରୋଜ କୁମାର ପ୍ରହରାଜ, ଉପଖଣ୍ଡ ଅଧିକାରୀ ସଦାଶିବ ପାତ୍ର, (ହୁମ୍ମା) ମଧୁସୂଦନ ଦାଶ (ଛତ୍ରପୁର) ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.