ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜାତୀୟ ଯୁବଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜାତୀୟ ଯୁବଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ମାତରମ୍‌ ସଂଗୀତର ୧୫୦ତମ ବାର୍ଷିକୀ ଉପଲକ୍ଷେ ସାମୂହିକ ଗାନ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଅଶୋକ କୁମାର ମିଶ୍ର ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଏବଂ ପ୍ରତିବଦ୍ଧଶୀଳ ଯୁବସମାଜ ସଂପର୍କରେ ଗଭୀର ଭାବରେ ବିଶ୍ଳେଷଣ କରିଥିଲେ । ମହାବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ବିଜୟ କୁମାର ବେହେରା, ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ବକ୍ତା ଭାବେ ଯୋଗଦେଇ ନୂତନ ଭାରତ ନିର୍ମାଣରେ ଯୁବସମାଜର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଡକ୍ଟର ପନ୍ଦର କାର୍ଯ୍ୟକ୍ରମର ଅଭିଲକ୍ଷ୍ୟ ସଂପର୍କରେ ଅବଗତ କରିବା ସହିତ ଏବର୍ଷର ଜାତୀୟ ଯୁବସମାଜର ଥିମ୍ ‘ଇଗନାଇଡ ଦି ସେଲ୍ଫ, ଇମ୍ପାକ୍ଟ ଦି ୱ।ଲ୍ଡ’ ସଂପର୍କରେ ଆଲୋକପାତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ପ୍ରଫେସର ଡକ୍ଟର ରମଣୀ ନାଏକ ସଂଚାଳନ କରିଥିବା ବେଳେ ସହକାରୀ ପ୍ରଫେସର ହୃଷୀକେଶ ଦାସ ପରିଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.