ରହେନଚୁଆଁରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ

ଟିଟିଲାଗଡ, ( ଗୌରବ ଦର୍ଜୀ) : ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ୟ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରହେନଚୁଆଁ ନାମରେ ବେଶ ପରିଚିତ । ପ୍ରାୟ ୨୫ ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ୟ୍ୟଟନ ସ୍ଥଳୀ ନାମରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରିଛି । ହେଲେ ବ‌ର୍ତ୍ତମାନ ପର୍ୟ୍ୟନ୍ତ ଏହି ସ୍ଥାନକୁ କୌଣସି ପ୍ରକାର ସରକାରୀ ଅନୁଦାନ ମିଳିନାହିଁ, ଯାହା ଫଳରେ ଲୋକଲୋଚନକୁ ଆସିପାରି ନାହିଁ । ତେଣୁ ଅନେକ ଦିନର ଅଧୁରା ‌ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଅଂଚଳର ସମସ୍ତଙ୍କ ଉଦ୍ୟମରେ ତଥା ବାବା ଧବଳେଶ୍ୱରଙ୍କର ଆଶୀର୍ବାଦରୁ ଓ ସ୍ୱାମୀ ମୁରଲୀଧର ନନ୍ଦଙ୍କ ଶୁଭ ଆଶୀର୍ବାଦରୁ ଏହି ଅଞ୍ଚଳର ସାଧାରଣ ଜନତାଙ୍କ ଆପ୍ରାଣ ଉଦ୍ୟମରୁ ଏହି ମନ୍ଦିର ନିର୍ମାଣ ପାଇଁ ଗୁରୁବାର ଦିନ ଭୂମି ପୂଜନ କରି ବହୁ ମାନ୍ୟ ଗଣ୍ୟ ଅତିଥି ମାନଙ୍କ ଦ୍ୱାରା ଶିଳାନ୍ୟାସ କରାଗଲା । ଏହି ପବିତ୍ର ଉତ୍ସବରେ ମୁରୀବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟା ଅତିଥି ମାନଙ୍କ ମଧ୍ୟରେ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷ ସୁନ୍ଦରମତି ବାଗ, ତେନ୍ତୁଳୀଖୁଣ୍ଟି ସରପଞ୍ଚ କାଶୀନାଥ ଭୋଇ, ବିତାବନ୍ଧ ସରପଞ୍ଚ ଅଗସ୍ତି ବାଗ, ମାଲିସିରା ସରପଞ୍ଚ ଡୋଲମଣି ବାଗ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ଶିବ ମନ୍ଦିର ଉନ୍ନୟନ କମିଟିର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମକ‌ର୍ତ୍ତା ।

ଏହିଦିନ ସମସ୍ତଙ୍କ ଆର୍ଥିକ ସାହାଯ୍ୟ କାମନା କରାଗଲା ଓ ସମସ୍ତ ପଦାଧିକାରୀ ବ୍ୟକ୍ତି ଗଣ ମନ୍ଦିର ନିମନ୍ତେ ଆର୍ଥିକ ଅନୁଦାନ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । କିପରି ଭାବେ ଏହା ବଲା‌ଙ୍ଗିର ଜିଲ୍ଲାରେ ଏକ ସୁପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ହେବ ସେଥି ପାଇଁ ସମସ୍ତେ ବକ୍ତବ୍ୟ ରଖିଥିଲେ । ଏହି ଅଞ୍ଚଳର ସମସ୍ତଙ୍କର ଆଶା ଓ ବିଶ୍ୱାସ ନିଶ୍ଚିତ ରୂପେ ବହୁ ପ୍ରତିକ୍ଷିତ ରହେଞ୍ଚୁଆ ପର୍ୟ୍ୟଟନ ସ୍ଥଳୀରେ ପରିଣତ ହେବା ବୋଲି ଭକ୍ତଙ୍କର ଦୃଢ ବିଶ୍ୱାସ ।

Leave A Reply

Your email address will not be published.