ଅମିତାଭ ବଚ୍ଚନ ଭାବପ୍ରବଣ ହେଲେ ପୁଅର ଜନ୍ମଦିନରେ : କହିଲେ ଏମିତି

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ । ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ । ଅଭିଷେକଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ଅଭିଷେକଙ୍କ ହାତ ଧରିଥିବା ଦେଖାଯାଇଛି । ଅମିତାଭ ଫଟୋ ଶେୟାର କରି ଲେଖିଛନ୍ତି, ଦିନ ଥିଲା ସେ ମୋ ହାତ ଧରି ଚାଲୁଥିଲା, ଏବେ ମୁଁ ତା’ ହାତ ଧରି ଚାଲୁଛି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହୋଇଛି । ଅମିତାଭ ଏବଂ ଅଭିଷେକ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ପିତାଙ୍କୁ ସ୍ନେହରେ ପା ବୋଲି ଡାକନ୍ତି ଅଭିଷେକ । ନିକଟରେ ଉଭୟ କରୋନା ଆକ୍ରାନ୍ତ ହୋଇଥିଲେ । ନିଜ ଅପେକ୍ଷା ଅଭିଷେକ ନିଜ ପିତାଙ୍କ ଯତ୍ନ ନେଉଥିଲେ ।

Leave A Reply

Your email address will not be published.