କୃଷକ ଆନ୍ଦୋଳନକୁ ନେଇ ବୟାନ ଦେଳେ ସଲ୍‌ମାନ ଖାନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେଲିବ୍ରେଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି । ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ ସମର୍ଥନ କରୁଛନ୍ତି ତ କେହି କେହି ଦେଶରେ ଏକତା ଗଠନ ବିଷୟରେ କହୁଛନ୍ତି । ଖାଲି ସେତିକି ନୁହେଁ, ବର୍ତ୍ତମାନ ବଲିଉଡର ଦବଙ୍ଗ ଖାନ୍ ସଲମାନ ମଧ୍ୟ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ନିକଟରେ ସଲମାନ ଖାନ୍ ଏକ ଇଭେଣ୍ଟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ କୃଷକ ଆନ୍ଦୋଳନ ବିଷୟରେ ପଚରାଯାଇଥିଲା । ତାଙ୍କୁ ପଚରାଯାଇଥିଲା ଆପଣ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି କି ? ଏହାର ଜବାବରେ ସଲ୍‌ମାନ ପୁନର୍ବାର କହିଥଲେ, ମୁଁ କହିବି, ମୁଁ ସମ୍ପୂର୍ଣ୍ଣ ଭାବେ କହିବି ଯାହା ଠିକ୍ ତାହା କରାଯିବା ଉଚିତ୍, ଯାହା ସଚ୍ଚୋଟ ତାହା କରାଯିବା ଉଚିତ୍ । ତେବେ ପ୍ରଥମ ଥର ପାଇଁ ସଲମାନ ଖାନ୍ କୃଷକ ଆନ୍ଦୋଳନ ବିଷୟରେ ଏହି ବୟାନ ଦେଇଛନ୍ତି ।

Leave A Reply

Your email address will not be published.