jsm

ଆପ୍ ଯୁବ ନେତା ଶାହରୁଖ ଲୋଧିଆ ଙ୍କ ଉପରେ ମରଣାନ୍ତକ ଆକ୍ରମଣ : ମିଥ୍ୟା କେଶ ପ୍ରତ୍ୟାହାର ଓ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି

csstore

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାରେ ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅଭିଯୋଗ କରିବା କୁ ଯାଇଥିବା ଯୁବ ନେତା ଶାହରୁଖ ଲୋଧିଆଙ୍କ ଉପରକୁ ବିଜେପି ଗୁଣ୍ଡା ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ବରଗଡ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ସମ୍ମାଦିକ ସମ୍ମିଳନୀ ରେ ଏପରି ଗୁରୁତର ଅଭିଯୋଗ ଆଣି ଭଟଲି ବିଧାୟକ ଇରାଶିଶ ଆଚାର୍ୟ୍ୟଙ୍କ ଉପରେ ପ୍ରଶ୍ନ କରିଛି ଆପ୍। ଚାଷୀ ମାନଙ୍କ ଟୋକନ ଆସୁନଥିବା ବେଳେ ଧାନ ଉଠିବାରେ ବିଳମ୍ବ ହେଉ ଥିବା ପ୍ରସଙ୍ଗ କୁ ନେଇ ବିଧାୟକଙ୍କ ଭଟଲି କାର୍ୟ୍ୟାଳୟ କୁ ଶାହରୁଖ, ସରିତା ସୁନା ଓ କିଛି ଚାଷୀ ଯାଇଥିଲେ ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ କି ବିଧାୟକଙ୍କ ସମର୍ଥକ ଗୁଣ୍ଡା ମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶି ସରିତା ସୁନା ଅଭିଯୋଗ କରିଛନ୍ତି। ଦୀର୍ଘ ଏକ ଘଣ୍ଟା ମାଡ଼ ମାରି ଲହୁ ଲୁହାଣ କରି ସାରିଲା ପରେ ପୋଲିସ ଘଟଣା ସ୍ଥଳ କୁ ପହଂଚି ଥିଲା ବୋଲି ସରିତା ଅଭିଯୋଗ କରିଛନ୍ତି। ଆକ୍ରମଣକାରିଙ୍କ ମଧ୍ୟରେ ସୋହେଲା ଅଂଚଳର ଅଶ୍ୱିନୀ ପାତ୍ର, ରମେଶ କୁମ୍ଭାର, ଅଶ୍ୱିନୀ ସୁନା, ଚନ୍ଦ୍ର ମଣି ଭଞ୍ଜ,ଦୀପକ ସାହୁ ଓ ଅନ୍ୟମାନେ ଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଓଲଟା ଶାହରୁଖ ଙ୍କ ନାମ ରେ ମିଥ୍ୟା ମୁକଦମା କରି ଜେଲ କୁ ପଠେଇ ଦେଇଛି ବୋଲି ସରିତା ପ୍ରେସ ସାମ୍ନାରେ କହିଛନ୍ତି। ଏପରି କି ସବୁ ଫୋଟୋ ଭିଡିଓ ମୋବାଇଲ ରୁ ଡିଲିଟ କରି ପୋଲିସ ଜବତ କରିଛି।ଶାହରୁଖ ଓ ତାଙ୍କ ଜୀବନ ପ୍ରତି ବିପଦ ଅଛି ତେଣୁ ଯଦି କିଛି ଅଘଟଣ ହୁଏ ତାହେଲେ ଆକ୍ରମଣକାରୀ ମାନେ ଦାୟୀ ରହିବେ ବୋଲି ସରିତା କହିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି ବିଧାୟକ ଙ୍କ କାର୍ୟ୍ୟାଳୟ ପ୍ରାଙ୍ଗଣର ଭିଡିଓ ପୋଲିସ ଜବତ କରୁ, ଶାହରୁଖଙ୍କ ନାମ ରେ ଲାଗିଥିବା ମିଥ୍ୟା କେଶ କୁ ପ୍ରତ୍ୟାହାର କରୁ ଓ ଏହି ଘଟଣା ର ସମ୍ପୃକ୍ତ ଦୋଷୀ ମାନଙ୍କୁ ପୋଲିସ ଗିରଫ କରୁ ବୋଲି ଆପ୍ ପକ୍ଷରୁ ଦାବୀ ହୋଇଛି। ଉକ୍ତ ସମ୍ମାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲ୍ଲା ସଭାପତି ଯଦୁ ମଣି ପ୍ରଧାନ, ନାରୀ ନେତ୍ରୀ ମରୀୟମ ବାର୍ଲା ଉପସ୍ଥିତ ଥିଲେ।

yuvodaya
Leave A Reply

Your email address will not be published.