jsm

ଫାଇଲେରିଆ ନିରାକରଣ ଅଭିଯାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ନିରାକରଣ ଅଭିଯାନ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୦ ଫେବୃୟାରୀ ୨୦୨୬ରୁ ଜିଲ୍ଲାରେ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନର ଉଦ୍ଦେଶ୍ୟ, ଗ୍ରହଣ କରାଯାଉଥିବା ପ୍ରମୁଖ ରଣନୈତିକ କାର୍ଯ୍ୟକଳାପ, ଏମଡିଏ କାର୍ଯ୍ୟକ୍ରମ ଓ ଅନୁପାଳନ ସୁନିଶ୍ଚିତ କରିବାରେ ଅଂଶ ଗ୍ରହଣକାରୀ ବିଭାଗ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ଅଭିଯାନରେ ବଲାଙ୍ଗିର ଜିଲ୍ଲାର ପ୍ରଭାବିତ ପୌରପରିଷଦ ଓ ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ରୋଗ ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତି ଯେପରି ନିର୍ଦ୍ଧାରିତ ଔଷଧ ସେବନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଘରକୁ ଘର ବୁଲି ଆଣ୍ଟି-ଫାଇଲେରିଆଲ ଔଷଧ ବଣ୍ଟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ହେଉଥିବା ଏହି ଏମ୍‌ଡିଏ ଅଭିଯାନରେ ଯେପରି କେହି ବାଦ୍ ନ ପଡ଼ିବେ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଫେବୃୟାରୀ ୧୦ ତାରିଖରୁ ପ୍ରଥମ ଭାବେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଚିହ୍ନଟ ହୋଇଥିବା ପୌରପରିଷଦ ଓ ବ୍ଲକବାସୀଙ୍କୁ ଏହି ଔଷଧ ମାଗଣାରେ ପ୍ରଦାନ କରାଯିବ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଭାବଶାଳୀ ଆଇଇସି କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଆଶାକର୍ମୀ ଓ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀମାନେ ପ୍ରତି ଘର, ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନକୁ ଯାଇ ସମସ୍ତ ଚିହ୍ନଟ ବ୍ୟକ୍ତିଙ୍କୁ ଫାଇଲେରିଆ ବଟିକା ଖୁଆଇବା, ଔଷଧ ସେବନ ସୁନିଶ୍ଚିତ କରିବା, ତୃଣମୂଳ ସ୍ତରରୁ ଲକ୍ଷ୍ୟ ଭିତ୍ତିକ ଭାବେ କାର୍ଯ୍ୟକରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ଡାଃ. ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ. ନମିତା ମିଶ୍ର, ଜିଲ୍ଲା ଭେକ୍ଟର ବର୍ଣ୍ଣ ଡିଜିଜ୍‌ର ପରାମର୍ଶଦାତା ସୁରେଶ ସ୍ଵାଇଁ, ଜୋନାଲ ମୁଖ୍ୟ, ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ଡାଃ. ଶ୍ୟାମ ବନ୍ଧୁ ରଥ ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.