jayashree

ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ : ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନଙ୍କ ସହାୟତାରେ ୪୨୪ଜଣ ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ପ୍ରଥମ ଦିନରେ ୮୮ଜଣ, ‌ଦ୍ୱିତୀୟ ଦିନରେ ୧୧୭ଜଣ, ତୃତୀୟ ଦିନ ୯୯ଜଣ ଓ ଚତୁର୍ଥ ଦିନରେ ୧୨୦ଜଣଙ୍କୁ ମୋଟ ଭାବେ ୪୨୪ଜଣଙ୍କୁ କରୋନା ଟିକାଦାନ କରାଯାଇଛି । ବ୍ଲକର ବିଭିନ୍ନ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ସହଯୋଗରେ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରାଯାଉଛି ବୋଲି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ର ପରକିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.