ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଦ୍ୟା ହେଭେନ୍ସ ଠାରେ ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୫ଜଣ ନୂତନ ସଦସ୍ୟ ଏହି ପ୍ରତିଷ୍ଠିତ ସଂଗଠନରେ ଯୋଗଦେବାପାଇଁ ସଦସ୍ୟତା ଶପଥ ଗ୍ରହଣ କରିଥିଲେ । ୨୦୨୫ ବର୍ଷର ସଭାପତି ଜେସି ଅବିନାଶ ଅଗ୍ରୱାଲ ଚଳିତ ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମୃଦ୍ଧିକୁ ସୁନ୍ଦର ଭାବରେ ବର୍ଣ୍ଣନା କରି ନିଜର ବାର୍ଷିକ ବିବରଣୀ ପାଠ କରିଥିଲେ । ପରବର୍ତ୍ତୀ ସମୟରେ, ୨୦୨୬ ବର୍ଷ ପାଇଁ ଜେସି କମଳ ଚୌଧୁରୀ ସଭାପତି ଭାବରେ ଏବଂ ଜେସି ରାଜୀ ଗୋୟଲ ସମ୍ପାଦକ ଭାବରେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଇନଷ୍ଟଲିଂ ଅଫିସର ଭାବେ ଜୋନ ୨୭ ଜେସିଆଇ ଇଣ୍ଡିଆର ପ୍ରତିଷ୍ଠାତା ଜୋନ ସଭାପତି ଜେସି ପ୍ରଣବ ଲାଠ ଯୋଗଦେଇ ଜେସିଆ ଏବଂ ଜୋନ ପାଇଁ ନିଜର ଦୃଷ୍ଟିକୋଣ ବିଷୟରେ ଏକ କ୍ରାନ୍ତିକାରୀ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜୋନ ଉପସଭାପତି ଜେସି ରୂପମ ଦାସ ଯୋଗଦେଇ ଜେସିଆଇ ବଲାଙ୍ଗିର ସିଟିର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ସଦସ୍ୟମାନଙ୍କୁ ମହତ କାର୍ଯ୍ୟକରିବା ପାଇଁ ଉତ୍ସାହିତ କରିଥିଲେ । ଏହି ସମାରୋହରେ ସଂଗଠନର ସମସ୍ତ ସଦସ୍ୟ ଏବଂ ପୂର୍ବତନ ସଭାପତିମାନଙ୍କ ସହ ବଲାଙ୍ଗିରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଜେସି ରାଜୀବ ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ ।