ତୃତୀୟ ଦିବସରେ କୁଚବେହାର ଟ୍ରଫି କ୍ରିକେଟ

-ଓଡିଶା ବନାମ କର୍ଣ୍ଣାଟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ ବେହାର ଟ୍ରଫି କ୍ରିକେଟର ତୃତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଗତ କାଲିର ଅସାମପ୍ତ ସ୍କୋର ୩ ୱିକେଟ ବିନିମୟରେ ୪୧୨ ରନରୁ ଆରମ୍ଭ କରି କର୍ଣ୍ଣାଟକ ଦଳ ସମୁଦାୟ ୪୬୯ ରନ୍‌ ୮ ୱିକେଟ ବିନିମୟରେ ସଂଗ୍ରହ କରି ତା’ର ପ୍ରଥମ ଇନିଂସ୍‌ ସମାପ୍ତି ଘୋଷଣା କରିଥିଲା । ଓଡିଶା ଦଳ ତରଫରୁ ପ୍ରୀୟାଂଶୁ ମହାନ୍ତି ୪ ଗୋଟି ଓ ସୟେଦ ଟଫେଲ ଅହମଦ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୨୯୯ ରନର ପଛରେ ଥିବା ଓଡିଶା ଦଳ ୨ୟ ଇନିଂସରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୨୧୧ ରନ୍‌ ସଂଗ୍ରହ କରିଛି । କର୍ଣ୍ଣାଟକ ଦଳ ତରଫରୁ ସଫଳ ବୋଲର୍‌ ଭାବରେ ରଥମ ବି.ଆର୍‌ ସର୍ବାଧିକ ୪ ଗୋଟି ୱିକେଟ ନେଇଥିଲେ । ଆସନ୍ତା କାଲି ୪ର୍ଥ ତଥା ଅନ୍ତିମ ଦିବସର ଖେଳ ସକାଳ ଘ.୯ ରୁ ଆରମ୍ଭ ହେବ ବୋଲି ସଂଘ ସୁତ୍ରରୁ ପ୍ରକାଶ । ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଳାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରୀଡା ସଂପାଦକ ବିଭୂତି ପଣ୍ଡା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ଓଡିଶା ଟିମ୍‌ ମ୍ୟାନେଜର ପୃଥ୍ୱୀରାଜ ମିଶ୍ର, ଅରୁଣ କୁମାର ନାୟକ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, ସ୍ୱାଗତ ଶୁଭଙ୍କର ତ୍ରିପାଠି, ମୁନସି ରୋରେନ, ଅମିତ ମଛଖଣ୍ଡ, ହୃଦୟ ଶବର, ସୁମନ୍ତ ଦାସ, ଜିତୁ କୁମାର ଦଲାଇ, ନରସିଂ ସ୍ୱାମୀ ନାଇଡୁ, ଚେତନାନନ୍ଦ ପଣ୍ଡା, ସୁଦୟ ବାରିକ, ଶ୍ରୀକାନ୍ତ ରାଉତ, ସୁଧାଂଶୁ ସେଠ, ଦଶରଥ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.