ଜୁନିୟର ରେଡକ୍ରସ ପରାମର୍ଶ ଦାତାଙ୍କ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଉଭୟ ତୁରେକେଲା ଓ ବେଲପଡା ବ୍ଲକର ଜୁନିୟର ରେଡକ୍ରସ ପରାମର୍ଶ ଦାତାମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ ପତାକା ଉତ୍ତୋଳନ କରିଥିଲେ । ଉଦଘାଟନୀ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗ ସଭାପତିତ୍ୱ କରିଥିବାବେଳେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ ମୁଖ୍ୟ ଅତିଥି, ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସାଧନକର୍ମୀ ଭାବରେ ଘନଶ୍ୟାମ ମେହେର, ଚିତ୍ତ ରଞ୍ଜନ ପଣ୍ଡା, ଅରବିନ୍ଦ କୁମ୍ଭାର ଯୋଗ ଦେଇଥିଲେ । ତୁରେକେଲା ବ୍ଲକ ସଂଯୋଜକ ରାଜେନ୍ଦ୍ର ଦୋରା ସଭା ପରିଚାଳନା ଓ ବେଲପଡା ବ୍ଲକ ସଂଯୋଜକ ଧରଣୀଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଉଭୟ ବ୍ଲକରୁ ଚାଳିଶ ଜଣ ଜୁନିୟର ରେଡକ୍ରସ ପରାମର୍ଶ ଦାତା ଯୋଗ ଦେଇଥିଲେ । ସାଧନକର୍ମୀମାନେ ପ୍ରାଥମିକ ଚିକିତ୍ସା, ସାପ କାମୁଡା, ଡିଜାଷ୍ଟର ମେନେଜମେଣ୍ଟ,ଏଚଆଇଭି ଏଡସ, ରକ୍ତସ୍ରାବ, ହାଡ ଭଙ୍ଗା, ହୃଦଘାତ, ଗୁଡ ସମରିଟାନ ଉପରେ ଆଲୋଚନା କରିବା ସହିତ ଡେମୋ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଅବିନାଶ ମାଝୀ, ଶରତ କୁମାର ଦାଶ, ରାଜେନ୍ଦ୍ର ଧରୁଆ, ନାରାୟଣ ବିଭାର, ଧନେଶ୍ୱର ମେହେର, ରାଜେଶ କୁମାର ସିଂଦେଓ ସହଯୋଗ କରିଥିଲେ ।

Leave A Reply

Your email address will not be published.