ଶିଶକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ : ଦୁଇ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଖେଳ ପଡିଆ ଠାରେ ଆଜି ବିଜେଡିର ଦଳୀୟ କର୍ମୀ ସମାବେଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ବିଜେଡି ସଇଁନ୍ତଲା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଥିଲେ ।

ମଂଚରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ପ୍ରମୋଦ ପ୍ରଧାନ, ସୁଜିତ ଡାଙ୍ଗ, ସଇଁନ୍ତଲା ବିଜେଡି ଯୁବ ସଭାପତି ଅଶୋକ ସାହୁ, ବ୍ଳକ ସଭାନେତ୍ରୀ ଦ୍ରୋପଦୀ ପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ରାଜକିଶୋର ଡାଙ୍ଗ, ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ଆଲୋକ ବୁଡ଼େକ, ଟିଟିଲାଗଡ଼ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଟିକ୍ରାପଡା ପୂର୍ବତନ ସରପଞ୍ଚ ଯାଜ୍ଞସେନି ରାଜପଲିଆ, ଗୀତା ବିଶି, ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଉମାଦେବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଦୁଇ ମନ୍ତ୍ରୀଙ୍କୁ ନେଇ ଏବେ ସାଧାରଣ ଚର୍ଚ୍ଚା ହେଉଛି । ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାର କିଭଳି ଭାବେ ଆଗାମୀ ଦିନରେ ବିକାଶ ହେବ ତାହାକୁ ନେଇ ମଧ୍ୟ ମୁଁ ଚିନ୍ତିତ ବୋଲି କହିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନା ବେଲଖଣ୍ଡି-କଅଁସର, କେସିଙ୍ଗା-ଲୁଥର୍‌ବନ୍ଦ, ବାଦୀପଡା-ସଇଁନ୍ତଲା ବ୍ରିଜ ଗୁଡ଼ିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି । ତେବେ ବିଜେଡି ଦଳ ମହିଳାମାନଙ୍କୁ ନେଇ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେଡି ବିଜୟ ହେବ ଏଥିରେ କୈ।ଣସି ସନ୍ଦେହ ନ ଥିବା ବେଳେ ଏବେ ଲୋକଙ୍କ ପାଇଁ ବିଜେଡି ଦଳ ହିଁ ଏକମାତ୍ର ସାହା ଭରସା ଓ ଆଦର୍ଶ ଦଳ ପାଲଟି ଥିବା କହିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ‌ୱାନ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ବୋଲି ମଧ୍ୟ କହିଥିଲେ । ତେବେ ବାଦୀପଡା ଠାରେ ସଇଁନ୍ତଲା ଲାନ୍ଥ ନଦୀ ଦୀର୍ଘ ବର୍ଷ ହେବ ଠିକାଦାରଙ୍କ ମନମୁଖୀ କାର୍ୟ୍ୟକଳାପ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏନେଇ ସଇଁନ୍ତଲା ଜନ ସାଧାରଣଙ୍କ ପକ୍ଷରୁ ଏକ ଦାବୀପତ୍ର ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପ୍ରଦାନ କରିଥିଲେ । ତେବେ ମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ, ଆଗାମୀ ଦିନରେ ଖୁବଶୀଘ୍ର ଏହି ବିଜୁ ସେତୁ ଯୋଜନା କାର୍ୟ୍ୟ ସମ୍ପୂର୍ଣ୍ଣ ହେବ । ଅନ୍ୟପଟେ ଡେଙ୍ଗ ସରପଞ୍ଚ ଜେମାମଣୀ ମଲ୍ଲିକ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂ ଦଳୀୟ ଉପଢୌକନ ଓ ଫୁଲଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କରିବା ସହ ସବୁବେଳେ ଆପଣ ପାଖରେ ମୁଁ ଅଛି ଓ ଆପଣଙ୍କ ସେହ୍ନ ଶ୍ରଦ୍ଧା ଆଶୀର୍ବାଦ ଯୋଗୁଁ ମୁଁ ପୁଣି ଥରେ ବିଧାୟକ ତଥା ମନ୍ତ୍ରୀ ଭାବେରେ ଆପଣଙ୍କ ସହ ରହିଛି ବୋଲି କହିଛ‌ନ୍ତି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ବିଜେଡି ଦଳକୁ ବିଜୟୀ କରିବା ଆପଣଙ୍କ ଉପରେ ନିର୍ଭର କରୁଛି ଓ ମୋର ବିଶ୍ୱାସ ଅଛି ଯେ ଆପଣ ସମସ୍ତେ ବିଜେଡିର ବିଜୟୀ ବାନା ଉଡାଇବେ ବୋଲି କହିଥିଲେ । ତେବେ ଆଗାମୀ ନିର୍ବାଚନ ପାଇଁ ଦୁଇ ମନ୍ତ୍ରୀ ନିର୍ବାଚନ ବିଗୁଲ ଫୁଙ୍କି ଥିବା ବେଳେ ଅନ୍ୟ ଦଳ ନେତାଙ୍କୁ ଏବେ ଚିନ୍ତା ଘାରୁ ଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟୁନୁ ରାଜପଲିଆ, ଭୀମ ସାହୁ, ରଞ୍ଜନ ବେହେରା, ଲୁନ୍ଦ୍ର ବେହେରା, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!